LatestNewsPolitics

ଲୋକଙ୍କୁ ଫୋନ୍‌ କରି ନେଉଛନ୍ତି ବିକାଶର ଅପଡେଟ୍‌ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି) : ନିର୍ବାଚନ ମାହୋଲ ଏବେ ସରଗରମ ହୋଇଥିବାବେଳେ ସାଧାରଣ ଲୋକଙ୍କ ସହ ଫୋନରେ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖି ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପର ନେଇ ଲୋକଙ୍କ ସହ ନବୀନ କଥାବାର୍ତ୍ତା କରୁଥିବାର ଦୃଶ୍ୟ ଏହି ଭିଡିଓରେ ରହିଛି। ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କିଭଳି ଚାଲୁଛି ଓ ସରିଲାଣି କି ନାହିଁ ସେନେଇ ମତାମତ ନେଉଛନ୍ତି । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି।

ରାଜ୍ୟରେ ନିର୍ବାଚନୀ ତାତି ବଢୁଥିଲେ ମଧ୍ୟ କର୍ମଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହା କୌଣସି ଫରକ ପକାଉନାହିଁ। ଯାହା ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଜଣେ ଅସୀମିତ ପ୍ରେରଣାର ଉତ୍ସ ବୋଲି ଭିଡିଓ ସେୟାର କରି ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ କାର୍ତ୍ତିକ ପାଣ୍ଡିଆନ ଉଲ୍ଲେଖ କରିଛନ୍ତି ।