Latest

ଦୁଇ ନାବାଳିକା ଭଉଣୀକୁ ଅପହରଣ ଅଭିଯୋଗ, ପୋଲିସର ଆଶ୍ରୟ ନେଲେ ମା

ନୀଳଗିରି ୧୦।୭: (ସଂକେତ୍ ଟିଭି)ଦୁଇ ନାବାଳିକା ଭଉଣୀକୁ ଅପହରଣ କରିନେଇଥିବାର ଅଭିଯୋଗ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଯୋଧ୍ୟା ଫାଣ୍ଡି ଅଞ୍ଚଳରେ ୧୨ ବର୍ଷୀୟ ଓ ୧୪ ବର୍ଷୀୟ ଦୁଇ ନାବାଳିକା ଭଉଣୀକୁ ଗତକାଲି ଦୁଇ ଜଣ ଯୁବକ ଅପହରଣ କରିନେଇଥିବାର ଅଭିଯୋଗ ହୋଇଛି । ଆଜି ନାବାଳିକାର ମା ଅଯୋଧ୍ୟା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଦୁଇ ଜଣ ଯୁବକ ହେଲେ ଜଣେ ସଜନାଗଡ଼ ଅଞ୍ଚଳର ଆଉ ଜଣେ ପୁଡ଼ାଶୁଳ ଅଞ୍ଚଳର ହୋଇଥିବା ବେଳେ ନାବାଳିକାଙ୍କ ଜୀବନ ବିପଦରେ ଅଛି ବୋଲି କହିଛନ୍ତି ନାବାଳିକା ର ମା। ଏନେଇ ଅଭିଯୋଗ ପାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।