FeaturedGeneralLatest

ଜୁନ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା(ସଂକେତ ଟିଭି): ଚଳିତ ଜୁନ ୧୨ରୁ ସେପ୍ଟେମ୍ବର ୩୦ତାରିଖ ଯାଏଁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି।

ରହିବ। ପ୍ରତିବର୍ଷ ବର୍ଷା ଋତୁ ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପ୍ରବେଶ ବନ୍ଦ ରହିଥାଏ। ତେବେ ଏଥର ସହଳ ମୌସୁମୀ ପାଇଁ ୪ଦିନ ପୂର୍ବରୁ ବନ୍ଦ କରାଯାଉଛି । ବର୍ଷା ପରେ ସ୍ଥିତିକୁ ଦେଖି ନଭେମ୍ବର ମାସ ପହିଲାକୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।