EntertainmentLatest

ଅଭିନେତ୍ରୀ ବୈଶାଳୀ ଠାକ୍କୁରଙ୍କ ଆତ୍ମହତ୍ୟା

ମୁମ୍ଵାଇ: (ସଂକେତ୍ ଟିଭି) ଟେଲିଭିଜନ ଅଭିନେତ୍ରୀ ବୈଶାଳୀ ଠାକ୍କୁର ତାଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଦୀର୍ଘ ବର୍ଷ ଧରି ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ଟେଲି ଅଭିନେତ୍ରୀ ବୈଶାଳୀ ଠାକ୍କୁର ନିଜ ଇନ୍ଦୋର ଘରେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ମୃତ୍ୟୁ କାରଣ ଜଣାପଡିନାହିଁ । ହେଲେ ବର୍ତ୍ତମାନ ଏକ ସୁଇସାଇଡାଲ୍‌ ନୋଟ୍‌ ମିଳିଛି । ଅନୁସନ୍ଧାନରେ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଛି। ଏ ମାମଲାରେ ଅଧିକ ପଚରାଉଚୁରା କରୁଛି ପୋଲିସ୍‌ ।

ଏହି ମାମଲାରେ ତେଜାଜୀ ନାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଏମଏସ ହସ୍ପିଟାଲକୁ ପଠାଇ ଦେଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି।

ବୈଶାଳୀ ଷ୍ଟାର୍ ପ୍ଲସ୍ ସିରିଏଲ୍ ୟେ ରିସ୍ତା କୟା କେହଲତା ହୈ’ରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିରେ ସଞ୍ଜନାଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଯାହା ପରେ ବହୁତ ଲୋକପ୍ରିୟ ହୋଇଥିଲେ। ଏ ହୈ ଆଶିକୀ, ସସୁରାଲ୍‌ ସିମରକା ସୁପର ମିଷ୍ଟର, ଲାଲ୍‌ ଇଶ୍କରେ ନଜର ଆସିଥିଲେ। ତାଙ୍କୁ ନେଗେଟିଭ୍‌ ରୋଲ୍‌ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଗୋଲ୍ଡେନ୍ ପେଟାଲ୍ ଆୱାର୍ଡ ମିଳିଥିଲା । ଟେଲିଭିଜନ ବ୍ୟତୀତ ବୈଷ୍ଣବ ଫିଲ୍ମରେ ମଧ୍ୟ କାମ କରିଛନ୍ତି।