FeaturedLatestNewsPolitics

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ଭୁବନେଶ୍ବର (ସଂକେତ ଟିଭି): ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କୋର୍ଟ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପୁତୁରାଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରଶାନ୍ତଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିଛି । ସେ ୯, ୧୦, ୧୧ ତାରିଖ ୩ ଦିନ ପାଇଁ ଜାମିନରେ ଯିବେ । ତେବେ ଶୁଦ୍ଧିକ୍ରିୟା ସାରି କୋର୍ଟରେ ହାଜର ହେବେ ପ୍ରଶାନ୍ତ ଜଗଦ୍ଦେବ ।

ସୂଚନା ଅନୁସାରେ, ଚଳିତ ସାଧାରଣ ନିର୍ବାଚନ ବେଳେ ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନଂ ବୁଥ୍ ରେ ଇଭିଏମ୍ ଭଙ୍ଗାରୁଜା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଗିରଫ କରି ଜେଲ୍ ପଠାଇଥିଲା । କୋର୍ଟ ତାଙ୍କ ଜାମିନ ଖାରଜ କରିଥିଲା । ପରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।