CrimeFeaturedLatest

ଗିରଫ ହେଲେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର

ଭୁବନେଶ୍ୱର (ସଂକେତ ଟିଭି) : ଜଗତସିଂହପୁର ଆରଟିଓ ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଭିଜିଲାନ୍ସ ପ୍ରଶାନ୍ତଙ୍କ ଠାରୁ ମୋଟ୍ ୬.୭୯ ଲକ୍ଷ ଟଙ୍କା ଜବତ କରିଛି । ଗତକାଲି ସେ ୪.୩୪ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ । ଏତେ ପରିମାଣର ଟଙ୍କା କୁଆଡୁ ଆସିଲା, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ପ୍ରଶାନ୍ତ ମହାପାତ୍ର ନିଜ ଗାଡ଼ିରେ ନଗଦ ୪ ଲକ୍ଷ ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଥିଲା । ସେ ଭୁବନେଶ୍ବର ଅଭିମୁଖେ ବାହାରିଥିବା ବେଳେ ଭିଜିଲାନ୍ସ ଟିମ୍‌ କଟକ ନିକଟ ବିରିବାଟୀ ତାରିଣୀ ଛକରେ ତାଙ୍କୁ ଅଟକାଇ କାରର ଖାନତଲାସୀ କରିଥିଲେ। ତାଙ୍କଠାରୁ ନଗଦ ୪ ଲକ୍ଷ ୨୭ ହଜାର ଟଙ୍କା ଜବତ ହୋଇଥିଲା । ଅଧିକ ଚଢ଼ାଉ ପରେ ତାଙ୍କଠାରୁ ପ୍ରାୟ ୭ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା ।