EntertainmentFeaturedLatest

ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ନୂଆଦିଲ୍ଲୀ (ସଂକେତ ଟିଭି) ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ନିଜ ଘରେ ଉଦ୍ଧାର ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ସୁଲତାନପୁରର ଜଣାଶୁଣା ଗାୟକ ତଥା ଅଭିନେତ୍ରୀ ବିଜୟ ଲକ୍ଷ୍ମୀ, ଯିଏ ମଲ୍ଲିକା ରାଜପୁତ ନାଁରେ ବେଶ ଜଣାଶୁଣା । ଉତ୍ତର ପ୍ରଦେଶର କୋତୱାଲି ନଗରର ସୀତାକୁଣ୍ଡ ଅଞ୍ଚଳରେ ଥିବା ତାଙ୍କ ବାସଭବନର ଏକ କୋଠରୀରୁ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାର ଖବର ପାଇ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିନେତ୍ରୀଙ୍କ ଦେହାନ୍ତ ଖବର ପରିବାର ସମେତ ଫ୍ୟାନ୍ସଙ୍କୁ ଚକିତ କରିଛି ।

ମୃତ ଅଭିନେତ୍ରୀଙ୍କ ମା ସୁମିତ୍ରା ସିଂ କହିଛନ୍ତି ଯେ, ତାଙ୍କ ଝିଅ ବିଜୟ ଲକ୍ଷ୍ମୀ ସିଂ ଓରଫ ମଲ୍ଲିକା ରାଜପୁତ ସବୁ ଦିନ ପରି କାଲି ରାତିରେ ମଧ୍ୟ ରୁମକୁ ଯାଇ ଭିତର କବାଟ ବନ୍ଦ କରିଦେଇଥିଲେ । ସକାଳେ ଯେତେବେଳେ କବାଟ ଖୋଲି ନଥିଲା । ପରେ ସନ୍ଦେହ କରି କୌଣସି ପ୍ରକାରେ କବାଟ ଖୋଲିଥିଲେ । ସେତେବେଳେ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ପୋଲିସ ଅଧିକାରୀ ଶ୍ରୀରାମ ପାଣ୍ଡେ କହିଛନ୍ତି ଯେ ପ୍ରାରମ୍ଭିକ ପ୍ରମାଣରୁ ଏହା କୁହାଯାଇପାରେ ଯେ, ଅଭିନେତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ମଲ୍ଲିକା ରାଜପୁତଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ କଙ୍ଗନା ରାଣାୱତଙ୍କ ସହ ଫିଲ୍ମ ରିଭଲଭର ରାନୀ ରେ ମଧ୍ୟ ନଜର ଆସିଥିଲେ । ତାଙ୍କୁ ଏହି ଚଳଚ୍ଚିତ୍ରରେ ଏକ କଙ୍ଗନାଙ୍କ ସହ- ଅଭିନେତ୍ରୀ ଭୂମିକାରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସେ ଅନେକ ଟିଭି ଶୋ ଏବଂ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି । କେବଳ ଏତିକି ନୁହେଁ ମଲ୍ଲିକା ରାଜନୀତିରେ ମଧ୍ୟ ସାମିଲ ହୋଇଥିଲେ । ସେ ବିଜେପିରେ ଯୋଗ ଦେଇଥିଲେ, କିନ୍ତୁ ୨୦୧୮ରେ ଦଳ ଛାଡିଥିଲେ ।