FeaturedLatestNews

କୁଆପଥର ମାଡ଼ ପରେ ଭିସ୍ତାରା ବିମାନର ଭୁବନେଶ୍ବରରେ ଜରୁରୀ ଅବତରଣ

ଭୁବନେଶ୍ବର (ସଂକେତ ଟିଭି) : ଭିସ୍ତାରା ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଟେକଅପର କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଭିସ୍ତାରା ଏୟାରଲାଇନ୍ସ କର୍ତ୍ତୃପକ୍ଷ ଅନ୍ୟ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ନୂଆଦିଲ୍ଲୀ ଅଭିମୁଖେ ପଠାଇବାକୁ ବ୍ୟବସ୍ଥା କରିଛନ୍ତି।

ସୂଚନା ଅନୁସାରେ, ଆଜି ଅପରାହ୍ନରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ଭିସ୍ତାରା ବିମାନ । ଏହି ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଥିଲେ। ଟେକ୍ଅଫ୍ କରିବାର ୧୦ ମିନିଟ୍ ପରେ ବିମାନଟି ଜରୁରୀ ଅବତରଣ କରିଛି । କୁଆପଥର ମାଡ଼ ଯୋଗୁଁ ବିମାନର ୱିଣ୍ଡସିଲଡ୍ ଭାଙ୍ଗିଯିବାରୁ ବିମାନଟିକୁ ଏଭଳି ଜରୁରୀ ଅବତରଣ କରାଇବାକୁ ପଡିଛି । ସୁରକ୍ଷା ଦୃଷ୍ଟିରୁ ପାଇଲଟ୍‌ ବିମାନକୁ ଆଗକୁ ନେବା ପରିବର୍ତ୍ତେ ଜରୁରୀ ଅବତରଣ ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହିତ ଯୋଗାଯୋଗ କରିଥିଲେ। ତା’ପରେ ବିମାନ ଜରୁରୀ ଅବତରଣ କରିଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ଦିଲ୍ଲୀ ପଠାଯିବ ବୋଲି ସୂଚନା ମିଳିଛି ।