FeaturedGeneralLatestPolitics

୨୯୫ଟି ଆସନ ଜିତିବ ଇଣ୍ଡିଆ ମେଣ୍ଟ : ଖଡଗେ

ନୂଆଦିଲ୍ଲୀ (ସଂକେତ ଟିଭି): ଇଣ୍ଡିଆ ମେଣ୍ଟ ଲୋକସଭା ନିର୍ବାଚନ ୨୦୨୪ରେ ଅତି କମରେ ୨୯୫ଟି ଆସନ ଜିତିବ। ଆଜି ଦିଲ୍ଲୀଠାରେ ବସିଥିବା ଇଣ୍ଡିଆ ମେଣ୍ଟର ବୈଠକ ପରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହା କହିଛନ୍ତି ।

ସୂଚନା ଅନୁସାରେ, ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆଜି ସମାପ୍ତ ହୋଇଛି | ତେବେ ଭୋଟର ଫଳାଫଳ କଣ ହେବ ଓ ଇଣ୍ଡିଆ ମେଣ୍ଟର ଆଗାମୀ କାର୍ଯ୍ୟପନ୍ଥା କଣ ହେବ ତାହାକୁ ନେଇ ଆଜି ଖଡ଼ଗେଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ଅତି କମରେ ୨୯୫ଟି ଆସନ ଜିତିବ।

ଏହି ବୈଠକରେ ମଲ୍ଲିକାର୍ଜୁନ ଖଡ଼ଗେ,  ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କେ. ଭେନୁଗୋପାଲ, ଏସପି ମୁଖ୍ୟ ଅଖିଳେଶ ଯାଦବ, ଏନସିପି ନେତା ଶରଦ ପାୱାର, ଜିତେନ୍ଦ୍ର ଆହାଦ, ଏଏପି ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ, ସଞ୍ଜୟ ସିଂ, ରାଘବ ଚଡ୍ଡା, ଡିଏମକେର ଟି. ବାଲୁ, ତେଜସ୍ୱୀ ଯାଦବ ଏବଂ ଆରଜେଡିରୁ ସଞ୍ଜୟ ଯାଦବ, ଜେଏମଏମରୁ ଚମ୍ପାଇ ସୋରେନ ଏବଂ କଳ୍ପନା ସୋରେନ, ନ୍ୟାସନାଲ କନ୍ଫରେନ୍ସରୁ ଫାରୁକ ଅବଦୁଲ୍ଲା, ସିପିଆଇରୁ ଡି.ରାଜା, ସିପିଆଇରୁ ସୀତାରାମ ୟେଚୁରୀ, ଶିବସେନା (ଉଦ୍ଧବ ଦଳ) ରୁ ଅନୀଲ ଦେଶାଇ, ସିପିଆଇ ସିପିଆଇ (ଏମ୍.ଏଲ୍) ରୁ ଏମ୍.ଏଲ୍ ଦୀପକାର୍ ଭଟ୍ଟାଚାର୍ଯ୍ୟ ଏବଂ ବିହାରର ଭିଆଇପି ପାର୍ଟିର ମୁକେଶ ସାହନି ଉପସ୍ଥିତ ରହିଥିଲେ।