LatestNewsPolitics

ଏକଜିଟ୍ ପୋଲ୍ ରିପୋର୍ଟ : ଓଡିଶାରେ ଆଗରେ ରହିବ ବିଜେପି

ଭୁବନେଶ୍ବର (ସଂକେତ ଟିଭି): ନିର୍ବାଚନ ସରିବା ପରେ ପ୍ରକାଶ ପାଇଥିବା ବିଭିନ୍ନ ଏଜେନ୍ସି ର ଏକଜିଟ ପୋଲରେ ଓଡ଼ିଶାରେ ବିଜେପି ଆଗରେ ଥିବା ଜଣାପଡିଛି। ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ ଆକଳନ ଅନୁଯାୟୀ, ଓଡ଼ିଶାରେ ବିଜେପିକୁ ୧୩ ଲୋକ ସଭା ଆସନ ମିଳୁଥିବାବେଳେ ବିଜୁ ଜନତା ଦଳକୁ ୮ ଆସନ ବିଜୟୀ ହୋଇଛି।

ସେହିପରି ଇଣ୍ଡିଆ ଟିଭି ଏକଜିଟ ପୋଲ ଅନୁସାରେ, ଭାଜପା ୧୫-୧୭ ଆସନରେ ବିଜୟୀ ହେଉଥିବାବେଳେ ବିଜେଡି ୪-୬ ସୀମିତ ରହିଛି। ଯେତେବେଳେ କି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ।

ଏନଡି ଟିଭି ଆକଳନ ଅନୁସାରେ ଭାଜପାକୁ ୧୫ ଆସନ ଓ ବିଜେଡିକୁ ୩-୮ ଆସନ ମିଳିପାରେ। ଅନ୍ୟପଟେ କଂଗ୍ରେସ ଗୋଟିଏ ବି ଆସନ ହାତେଇ ପାରିନାହିଁ ବୋଲି ଏନଡି ଟିଭି ଆକଳନ କରିଛି।

ନ୍ୟୁଜ ୨୪ର ଚାଣକ୍ୟ ଏଜେନ୍ସି ଆକଳନ ଅନୁଯାୟୀ, ଭାଜପାକୁ ୧୬ ଆସନ ମିଳୁଥିବାବେଳେ ବିଜେଡିକୁ ୪ ଓ କଂଗ୍ରେସକୁ ୧ ମିଳିପାରେ ବୋଲି ଆକଳନ କରାଯାଉଛି।

ଜନ କି ବାତ ଆକଳନ ଅନୁଯାୟୀ, ଭାଜପା ୧୫ରୁ ୧୮ ଜିତୁଥିବାବେଳେ ବିଜେଡିକୁ ୩ରୁ ୭ ଆସନ ମିଳିପାରେ।