LatestNews

ଜଳୁଛି ପଶ୍ଚିମ ଓଡିଶା, ଆହୁରି ୩ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର (ସଂକେତ ଟିଭି) : ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ଗ୍ରୀଷ୍ମପ୍ରବାହ ରହିବ।

ଗ୍ରୀଷ୍ମ ପ୍ରବାହ ନେଇ ଶୁକ୍ରବାର ସତର୍କ କରିଛନ୍ତି ଏସଆରସି ସତ୍ୟବ୍ରତ ସାହୁ। ଗ୍ରୀଷ୍ମ ପ୍ରବାହ ପାଇଁ ପିକ୍ ସମୟରେ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବାକୁ ବାରଣ କରାଯାଇଛି। ଖରାରେ କାମ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁନ୍ଦରଗଡ ଜିଲାରୁ ୧୨, ଝାରସୁଗୁଡାରୁ ୬ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଛି। ଅଂଶୁଘାତ ମୃତ୍ୟୁ କି ନୁହେଁ ତାହା ତଦନ୍ତ କାର୍ଯ୍ୟ ସରିଲା ପରେ ସ୍ପଷ୍ଟ ହେବ ବୋଲି ଏସଆରସି କହିଛନ୍ତି।

ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ୪୫ ଡିଗ୍ରୀ ଟପିଛି ତାପମାତ୍ରା। ସାଢେ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୫.୨ଡିଗ୍ରୀ, ଝାରସୁଗୁଡା ୪୪.୬, ହୀରାକୁଦ ୪୪.୫, ରାଉରକେଲା ୩୯.୪, ଭୁବନେଶ୍ୱର ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆର୍ଦ୍ରତା ୭୫% ରହିଛି।