FeaturedLatestNewsPolitics

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର (ସଂକେତ ଟିଭି) : ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ମାମଲାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଖୋର୍ଦ୍ଧା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଶୁକ୍ରବାର ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ।

ସୂଚନା ଅନୁଯାୟୀ, ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗତ ୨୫ ତାରିଖ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିଥିଲା । ପ୍ରଶାନ୍ତଙ୍କ ବିରୋଧରେ ୧୧୭/୨୪ରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସହ ଅନେକ ଆକ୍ଟ ଲାଗିଛି । ନିକଟରେ ସାଂସଦ ବିଜେପି ପକ୍ଷରୁ ଗୋଟିଏ ସିସିଟିଭି ଫୁଟେଜ ଜାରି ହୋଇଥିଲା । ଯେଉଁଥିରେ ଜଗଦ୍ଦେବ ଇଭିଏମ୍ ଭାଙ୍ଗିନଥିବା ଦାବି ହୋଇଥିଲା ।