FeaturedGeneralLatest

କନ୍ୟାକୁମାରୀରେ ଧ୍ୟାନରେ ବସିଲେ ମୋଦୀ

କନ୍ୟାକୁମାରୀ (ସଂକେତ ଟିଭି) : ନିର୍ବାଚନ ପ୍ରଚାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀରେ ପହଞ୍ଚି ବିବେକାନନ୍ଦ ରକ୍‌ ମେମୋରିଆଲରେ ୪୫ ଘଣ୍ଟିଆ ଧ୍ୟାନ ଆରମ୍ଭ କରିଛନ୍ତି। ମୋଦୀ ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ମୋଦୀ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିବା ସହ ହାତରେ ରୁଦ୍ରାକ୍ଷ ଧରିଛନ୍ତି। ଧ୍ୟାନ ସାଧନା ଅବସରରେ ଯୋଗୀ ମୁଦ୍ରାରେ ନଜର ଆସିଛନ୍ତି। ସେ ଜପାମାଳି ଧରି ପ୍ରାର୍ଥନା କରୁଛନ୍ତି। ଧ୍ୟାନ ପୂର୍ବରୁ ମୋଦୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ।

ଥିରୁଭନନ୍ତପୁରମ୍‌ରୁ ହେଲିକପ୍ଟର ଯୋଗେ ମୋଦି କନ୍ୟାକୁମାରୀରେ ପହଞ୍ଚିଥିଲେ। ସେ ଭଗବତୀ ଆମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବୋଟ୍‌ ଯୋଗେ ରକ୍‌ ମୋମୋରିଆଲକୁ ଯାଇଥିଲେ। ଜୁନ୍‌ ୧ ପର୍ଯ୍ୟନ୍ତ ସେ ଧ୍ୟାନ ମଣ୍ଡପମ୍‌ରେ ଧ୍ୟାନରେ ବସିରହିବେ। ଧୋତି ଓ ଧଳା ଚାଦର ପରିହିତ ପ୍ରଧାନମନ୍ତ୍ରୀ ମନ୍ଦିରରେ ପ୍ରାର୍ଥନା କରିବା ପରେ ଗର୍ଭଗୃହକୁ ପ୍ରଦକ୍ଷିଣ କରିଥିଲେ। ପୂଜକମାନେ ସ୍ବତନ୍ତ୍ର ଆରତି କରିବା ସହ ମୋଦିଙ୍କୁ ଶାଲ୍‌ ଏବଂ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କ ଫଟୋ ପ୍ରଦାନ କରିଥିଲେ।

ସୁରକ୍ଷା କଡ଼ାକଡ଼ି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଆଧ୍ୟାତ୍ମିକ ଗସ୍ତ ପାଇଁ କନ୍ୟାକୁମାରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ୨୦୦୦ରୁ ଅଧିକ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି। କୁହାଯାଉଛି ଯେ ପିଏମ ମୋଦୀ ବିବେକାନନ୍ଦ ରକ୍ ମେମୋରିଆଲରେ ରହିବା ପର୍ଯ୍ୟନ୍ତ କୌଣସି ସାଧାରଣ ପର୍ଯ୍ୟଟକଙ୍କୁ ସେଠାକୁ ଯିବାକୁ ଦିଆଯିବ ନାହିଁ। ପିଏମ ମୋଦୀଙ୍କ ସୁରକ୍ଷା ପାଇଁ ଏନଏସଜି କମାଣ୍ଡୋ ନିୟୋଜିତ ହେବାର ଖବର ମଧ୍ୟ ରହିଛି।

ଏଠାରେ କହି ରଖୁ କି ସାଧାରଣ ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଥର ଆଧ୍ୟାତ୍ମିକ ଯାତ୍ରାରେ ଯାଇଥାଆନ୍ତି। ୨୦୧୯ ନିର୍ବାଚନ ପ୍ରଚାର ପରେ ସେ କେଦାରନାଥ ଯାଇଥିଲେ। ୨୦୧୪ ମସିହାରେ ସେ ଶିବାଜୀ ମହାରାଜଙ୍କ ସହ ଜଡ଼ିତ ଥିବା ପ୍ରତାପଗଡ ଯାଇଥିଲେ।