FeaturedLatestSports

ବିଶ୍ବକପ୍‌ରୁ ବାଦ ପଡିଲେ ପାଣ୍ଡ୍ୟା, ଟିମ୍ ଇଣ୍ଡିଆରେ ପ୍ରସିଦ୍ଧ କ୍ରିଷ୍ଣା ସାମିଲ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବା ବିଶ୍ବକପ୍‌ରୁ ବାଦ୍‌ ପଡିଛନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବା ବେଳେ ପାଣ୍ଡ୍ୟାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଯାହା ଫଳରେ ଅଧା ଓଭରରୁ ସେ ପଡିଆ ଛାଡିଥିଲେ। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା। କିନ୍ତୁ ଆହତ ସମସ୍ୟାରୁ ସୁଧାର ନ ଆସିବା କାରଣରୁ ପାଣ୍ଡ୍ୟାଙ୍କୁ ବିଶ୍ୱକପରୁ ବାଦ୍ ଦିଆଯାଇଛି । ପାଣ୍ଡ୍ୟାଙ୍କ ବଦଳ ଖେଳାଳୀ ଭାବେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି ।

ସୂଚନା ଅନୁସାରେ, ବାଂଲାଦେଶ ବିପକ୍ଷ ମ୍ୟାଚରେ ତାଙ୍କ ନବମ ଓଭରର ତୃତୀୟ ବଲରେ ବାଂଲାଦେଶ ଓପନର୍ ଲିଟନ୍ ଦାସଙ୍କ ଷ୍ଟ୍ରେଟ୍ ଡ୍ରାଇଭକୁ ଅଟକାଇବାକୁ ଚେଷ୍ଟା କଲାବେଳେ ପାଣ୍ଡ୍ୟାଙ୍କ ଗୋଇଠି ମୋଡ଼ି ହୋଇଯାଇଥିଲା । ପାଣ୍ଡ୍ୟା ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପଡ଼ିଆ ଛାଡିବାକୁ ପଡ଼ିଥିଲା । ପାଣ୍ଡ୍ୟାଙ୍କ ସ୍ଥାନରେ ଫିଲ୍ଡିଂ କରିବାକୁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ।