FeaturedLatestSports

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କ ପରଲୋକ

ନୂଆଦିଲ୍ଲୀ (ସଂକେତ ଟିଭି): ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କ ସୋମବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ରହୁଥିଲେ । ମୃତ୍ୟୁ ସମୟରେ ତାଙ୍କ ପାଖରେ ପତ୍ନୀ ଅଂଜୁ, ପୁତ୍ର ଅଙ୍ଗଦ ଏବଂ ଝିଅ ନେହା ଉପସ୍ଥିତ ଥିଲେ ।

ବିଶନ ସିଂହ ବେଦୀ ୧୯୪୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଭାରତ ପାଇଁ ସେ ୧୯୬୬ରୁ ୧୯୭୯ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିଥିଲେ । ଏହା ଭିତରେ ସେ ୨୨ଟି ଟେଷ୍ଟ ମ୍ୟାଚରେ ଭାରତ ପାଇଁ କ୍ୟାପଟେନ୍ ମଧ୍ୟ ରହିଥିଲେ ।୧୯୭୦ ଦଶକରେ ଭାରତୀୟ ଟିମରେ ଖେଳୁଥିବା ଏହି ସ୍ପିନ ବୋଲର ନିଜ ସ୍ପିନର ଯାଦୁରେ ବ୍ୟାଟ୍ସମ୍ୟାନମାନଙ୍କୁ ଚକମା ଦେଖାଉଥିଲେ ।

ସେ ନିଜର କ୍ୟାରିୟର ଭିତରେ ୬୭ଟି ଟେଷ୍ଟ ମ୍ୟାଚ୍ ଖେଳି ୨୬୬ଟି ୱିକେଟ୍ ପାଇଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୫୬୦ ୱିକେଟ୍ ନେଇଥିଲେ । ସେ ଦିଲ୍ଲୀ ପାଇଁ ମଧ୍ଯ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ୧୨ ବର୍ଷ ଧରି ସକ୍ରିୟ ରହିଥିଲେ ।