FeaturedLatestSports

ତାହେଲେ ଇଶାନ କିଷନ ବି କହିବ ରାଞ୍ଚିରେ ମୋ ଘର, ମୋତେ ଖେଳାଅ : ରୋହିତ ଶର୍ମା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ରଜତ ପାଟିଦାରଙ୍କୁ ନେଇ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏକ ବଡ ବୟାନ ଦେଇଛନ୍ତି । ରଜତ ପାଟିଦାରଙ୍କୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ସ୍ଥାନରେ ସାମିଲ କରାଯାଇଥିଲା। ହେଲେ ସିରିଜ ଖେଳିବାର ସୁଯୋଗ ସେ ପାଇ ନ ଥିଲେ। ଏନେଇ ରୋହିତଙ୍କୁ ପଚରାଯିବାରେ ସେ ଦଳରେ ସ୍ଥାନ ମିଳିଲେ ତାଙ୍କୁ ଖେଳିବାର ସୁଯୋଗ ଦିଆଯିବ ବୋଲି ସିଧାସିଧା ଶୁଣାଇଛନ୍ତି।

ରୋହିତ ଶର୍ମା କହିଛନ୍ତି, ୩ନଂରେ ବିରାଟ କୋହଲି, ୪ର୍ଥ ଇଶାନ କିଷନ ଅଛନ୍ତି, ଯିଏ କି ଦ୍ୱିଶତକ ମାରିବା ପରେ ବି ବାହାରେ ରହିଥିଲେ। ସୂର୍ଯ୍ୟକୁମାର ଯାଦବ ୫ନଂ ସ୍ଥାନରେ ଅଛନ୍ତି। ଦୁନିଆ ଜାଣିଛି ସେ କ’ଣ କରୁଛନ୍ତି। ସେହିଭଳି ୬ଷ୍ଠ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି। ଏଥିଲାଗି ଆଗ ସ୍ଥାନ ମିଳିବା ଦରକାର। ଆମେ ଚାହୁଁଛୁ ସମସ୍ତେ ଖେଳନ୍ତୁ, ହେଲେ ସ୍ଥାନ ନ ମିଳିବା ଯାଏ ତାହା ସମ୍ଭବ ନୁହେଁ। ମୁଁ ଜାଣେ ରଜତଙ୍କୁ ଇନ୍ଦୋରରେ ଖେଳାଇବା ଉଚିତ ଥିଲା। ସେହିଭଳି ରାଞ୍ଚି, ଝାଡ଼ଖଣ୍ଡରେ ଇଶାନ ବି କହିବେ ମୋତେ ଖେଳାଅ, କାରଣ ସେ ରାଞ୍ଚିର। ଏମିତି ହୁଏ ନାହିଁ। ଆମର ଏକ ଯୋଜନା ଅଛି, ଖେଳାଳିଙ୍କୁ ସୁଯୋଗ ମିଳିବ। ଅନେକ ସୁଯୋଗର ଅପେକ୍ଷାରେ ଅଛନ୍ତି।