CulturalLatest

ବିଶ୍ୱର ସବୁଠୁ ମହଙ୍ଗା ଅଙ୍ଗୁର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବଜାରରେ ଏକ କିଲୋ ଅଙ୍ଗୁରର ଦାମ୍ ପାଖାପାଖି କିଲୋ ପିଛା ୧୦୦ଟଙ୍କା ଯାଏ ବିକ୍ରି କରାଯାଏ । କିନ୍ତୁ ଆପଣଙ୍କୁ ଯଦି କିଏ କହିବ ଅଙ୍ଗୁରର କେବଳ ଗୋଟିଏ ଦାନାର ଦାମ୍ ପାଖାପାଖି ୩୫ ହଜାର ଟଙ୍କା , ଆପଣ କଣ ବିଶ୍ୱାସ କରିପାରିବେ । ହେଲେ ଏହା ସତ ଯେ ଏହି ପ୍ରକାରର ଅଙ୍ଗୁର ବାସ୍ତବରେ ଅଛି । ଯାହାର ଦାମ୍‌ ଖୁବ୍ ଅଧିକ ।

ରିପୋର୍ଟ ଅନୁସାରେ, ୨୬ଟି ଅଙ୍ଗୁରର ଏକ ପେନ୍ଥା ପାଖାପାଖି ୯ଲକ୍ଷ ଟଙ୍କାରେ ବିକ୍ରି ହୁଏ । ଏହି ଦୁର୍ଲଭ ପ୍ରକାରର ହେବା ଯୋଗୁଁ ଏହି ଅଙ୍ଗୁରର ବିକ୍ରି ସ୍ଥାନରେ ନିଲାମୀ ହୋଇଥାଏ । ବିଜନେସ୍ ଇନସାଇଡରର ରିପୋର୍ଟ ଅନୁଯାୟୀ, ଏହି ଅଙ୍ଗୁର ରୁବୀ ରୋମନ ନାମରେ ଜଣାଶୁଣା । ଏହାକୁ ଜାପାନର ଇଶିରାୱାରେ ଚାଷ କରାଯାଏ । ଏହା ଆକାରରେ ଅନ୍ୟ ଅଙ୍ଗୁର ତୁଳନାରେ ୪ଗୁଣା ବଡ଼ ହୋଇଥାଏ । ଏହାସହ ଏହା ଅନ୍ୟ ଅଙ୍ଗୁର ଗୁଡ଼ିକ ତୁଳନାରେ ଅଧିକ ମିଠା ଓ ରସଯୁକ୍ତ ହୋଇଥାଏ । ଏହି ଅଙ୍ଗୁର ଖୁବ୍ ଦୁର୍ଲଭ । ଏହାର ଏକ ପେନ୍ଥାରେ ୨୪-୨୬ଅଙ୍ଗୁର ରହିଥାଏ ।

୨୦୨୨ ମସିହାରେ ନିଲାମୀ ବେଳେ ୮.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା । ୨୦୨୧ ମସିହାରେ ମଧ୍ୟ ଏହାର ଦାମ୍ ପାଖାପାଖି ଏତିକି ହିଁ ରହିଥିଲା । ଜାପାନର ଇଶିକାୱାରେ ଅଙ୍ଗୁର ଚାଷୀମାନେ ୧୯୯୮ ମସିହାରେ ପ୍ରିଫେକଚୁରଲ ଏଗ୍ରିକଲଚର ରିସର୍ଚ୍ଚ ସେଣ୍ଟରରୁ ଏକ ଲାଲା ରଙ୍ଗର ଅଙ୍ଗୁର ପ୍ରଜାତିକୁ ବିକଶିତ କରିବା କଥା କହିଥିଲେ । ୪୦୦ଅଙ୍ଗୁର ଗଛର ପ୍ରୟୋଗ କରାଯାଇ ଥିଲା । ୨ବର୍ଷ ପୂର୍ବେ ଏହି ଗଛରେ ଫଳ ଆସିଥିଲା । ୪୦୦ ଗଛରୁ କେବଳ ୪ଟିରେ ଲାଲ୍ ଅଙ୍ଗୁର ଆସିଥିଲା । ଏଥିରେ ମଧ୍ୟ ଏକ ପ୍ରକାରର ଥିଲା । ଏବେ ରିସର୍ଚ୍ଚରଙ୍କ ଟିମ୍ ଏହି ସିଲେକ୍ଟେଡ ଅଙ୍ଗୁରର ପ୍ରଜାତିର ଚାଷ କରନ୍ତି । ଅଙ୍ଗୁରର ରଙ୍ଗ, ଆକାର, ସ୍ୱାଦର ବିଶେଷ ଯତ୍ନ ନିଆଯାଏ ।

ବିଜନେସ୍ ଇନସାଇଡରର ରିପୋର୍ଟ ମୁତାବିକ, ସର୍ବ ପ୍ରଥମେ ୨୦୦୮ ମସିହାରେ ଏହି ଅଙ୍ଗୁରର ନିଲାମୀ ପାଇଁ ବଜାରରକୁ ନିଆଯାଇଥିଲା । ୭୦୦ଗ୍ରାମ ଅଙ୍ଗୁରର ଏକ ପେନ୍ଥାକୁ ୯୧୦ ଆମେରିକୀୟ
ଡଲାର ଅର୍ଥାତ୍ ପାଖାପାଖି ୬୪,୮୦୦ଟଙ୍କାରେ କିଣାଯାଇ ଥିଲା ।