FeaturedLatestNewsPolitics

୨୫ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର (ସଂକେତ ଟିଭି) : ଆସନ୍ତା ଏପ୍ରିଲ୍ ୨୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ। ସେ ସେହି ଦିନ ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର।

କେନ୍ଦ୍ରମନ୍ତ୍ରୀ ଶାହ ଏଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆସିବେ। ୨୫ ତାରିଖରେ ସେ ସୋନପୁର ଗସ୍ତ କରିବେ। ସେଠାରେ ସେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରିବେ। ସେଠାରେ କାର୍ଯ୍ୟ ସରିବା ପରେ ଶାହ ଭୁବନେଶ୍ବର ଆସି ରାତ୍ରି ରହଣୀ କରିବେ। ଏହି ଅବସରରେ ସେ ଏଠାରେ ଦଳର ଅନ୍ୟ କର୍ମକର୍ତ୍ତାମାନଙ୍କ ସହିତ ନିର୍ବାଚନୀ ରଣନୀତି ସମ୍ପର୍କରେ ଆଲୋଚନା କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ବିଧାନସଭା ନିର୍ବାଚନ ଲଢ଼ୁଥିବାରୁ ଅମିତ ଶାହ ବି ପଶ୍ଚିମ ଓଡ଼ିଶାରୁ ନିର୍ବାଚନୀ ବିଗୁଲ୍ ବଜାଇବେ ବୋଲି କୁହାଯାଉଛି।