LatestNewsPolitics

ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ମୋହନ ଚରଣ ମାଝି ହେବେ ଓଡିଶାର ନୂଆ ମୁଖ୍ଯମନ୍ତ୍ରୀ । ଏହି ସହିତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବେ । ସେମାନେ ହେଲେ କେବି ସିଂହ ଦେଓ ଏବଂ ପ୍ରଭାତି ପରିଡା । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳର ବୈଠକରେ ଏହି ନାମ ଘୋଷଣା କରାଯାଇଛି । ବିଜୟୀ ବିଧାୟକଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ବୈଠକରେ ଉପସ୍ଥିତ ଥିଲେ।