FeaturedGeneralLatest

ଅରୁଣାଚଳ ପ୍ରଦେଶରେ ପୁଣି ଥରେ ସରକାର ଗଢିବ ବିଜେପି

ନୂଆଦିଲ୍ଲୀ (ସଂକେତ ଟିଭି) : ଅରୁଣାଚଳ ପ୍ରଦେଶରେ ପୁଣି ଥରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ସେଠାରେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଶାସକ ବିଜେପି ୪୬ ଟି ଆସନ ଜିତି ସାରିଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୧ ଆବଶ୍ୟକ । ସେପଟେ ନ୍ୟାସନାଲ ପିପୁଲ୍ସ ପାର୍ଟି ୫ଟି ସିଟ ଜିତିଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ୩ଟି ଆସନ, ପିପୁଲ୍ସ ପାର୍ଟି ଅଫ ଅରୁଣାଚଳ ୨ଟି, କଂଗ୍ରେସ ଗୋଟିଏ ଏବଂ ସ୍ବାଧୀନତା ପ୍ରାର୍ଥୀ ତିନିଟି ଆସନ ଜିତିଛନ୍ତି।

ବିଜେପି ନେତୃତ୍ୱାଧିନ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ପୁଣି ଥରେ ସରକାର ଗଢିବାକୁ ଯାଉଛନ୍ତି। ଅରୁଣାଚଳ ପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡୋରଜୀ ଖଣ୍ଡୁଙ୍କ ପୁଅ। ପେମା ଖଣ୍ଡୁ ପ୍ରଥମ ଥର ପାଇଁ ଜୁଲାଇ ୨୦୧୬ରେ କଂଗ୍ରେସରେ ଥିବାବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସିଏମ୍ ହେବା ପରେ ସେ ସେପ୍ଟେମ୍ବରରେ ଅରୁଣାଚଳର ପିପୁଲ୍ସ ପାର୍ଟିରେ ଯୋଗ ଦେଇଥିଲେ। ତେବେ ସେ ଡିସେମ୍ବର ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ।