FeaturedLatestSports

ଏସୀଆନ୍‌ ଗେମ୍ସରେ ସୂର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଭାରତୀୟ ମହିଳା କ୍ରିକେଟ ଟିମ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତ ଶ୍ରୀଲଙ୍କାକୁ ଫାଇନାଲରେ ୧୯ ରନରେ ହରାଇ ଏହି ସ୍ବର୍ଣ୍ଣ ପଦକ ଜିତିଛି ।

ଚୀନର ହଙ୍ଗଯାଉଠାରେ ଥିବା ପିଙ୍ଗଫେଙ୍ଗ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ବ୍ୟାଟିଂ ୭ ଓ୍ୱିକେଟ୍‌ ହରାଇ ୧୧୬ ରନ୍‌ କରିଥିଲା ଭାରତ । ଏଥିରେ ସ୍ମୃତି ମନ୍ଦାନା ସର୍ବାଧିକ ୪୬ ରନ୍‌ କରିଥିବା ବେଳେ ରୋଡ୍ରିଗୁସ୍‌ ୪୨ ରନ୍‌ କରିଥିଲେ । ବାକି ଆଉ କୌଣସି ବ୍ୟାଟସମ୍ୟାନ୍‌ ୨ ଅଙ୍କ ଛୁଇଁ ପାରିନଥିଲେ ।

ଜବାବରେ ଶ୍ରୀଲଙ୍କା ୮ ୱିକେଟ ହରାଇ ୯୭ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟର । ଶ୍ରୀଲଙ୍କା ପକ୍ଷରୁ ହାସିନି ପେରେରା ସର୍ବାଧିକ ୨୫ ରନ୍‌ କରିଥିବା ବେଳେ ନିଲାକ୍ଷୀ ଡି ସିଲ୍‌ଭା ୨୩, ଓସାଡି ରଣସିଂହ ୧୯ ରନ୍‌, ଚାମ୍‌ରୀ ଆଟାପାଟ୍ଟୁ ୧୨ ରନ୍‌ କରିଥିଲେ । ବାକି ଆଉ କୌଣସି ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ସ୍କୋର ଛୁଇଁପାରିନଥିଲେ । ଫଳରେ ଭାରତ ଏହି ମ୍ୟାଚକୁ ୧୯ ରନରେ ଜିତି ନେଇଛି।

ତେବେ ଏସୀୟ କ୍ରୀଡାରେ ଏବେ ଯାଏଁ ଭାରତୀୟ ଟିମ୍‌ ମୋଟ ୨ଟି ସ୍ୱର୍ଣ୍ଣ ପଦକ ଜିତିଛି । ସୋମବାର ସକାଳେ ସୁଟିଂରେ ଗୋଟିଏ ସୁନା ପଦକ ଜିତିଥିବା ବେଳେ ଆଜି ମହିଳା କ୍ରିକେଟ୍‌ରେ ଆଉ ଗୋଟିଏ ସୁନା ପଦକ ଜିତିଛି ।