FeaturedLatestSports

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷିତ

ମୁମ୍ବାଇ ( ସଂକେତ୍ ଟିଭି) ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ଓ ଟେଷ୍ଟ ସିରିଜ ପାଇଁ ବିସିସିଆଇ ଟିମ୍ ଘୋଷଣା କରିଛି । ଉଭୟ ସିରିଜରେ ରୋହିତ ଶର୍ମା ଅଧିନାୟକ ଅଛନ୍ତି । ସେପଟେ ଦିନିକିଆ ସିରିଜରେ ହାର୍ଧିକ ପାଣ୍ଡ୍ୟା ଉପଅଧିନାୟକ ଥିବାବେଳେ ଟେଷ୍ଟ ସିରିଜରେ ଅଜିଙ୍କ୍ୟା ରାହାନେ ଉପଅଧିନାୟକ ଅଛନ୍ତି ।

ଆସନ୍ତା ମାସରେ ୱେଷ୍ଟଇଣ୍ଡିଜର ଡମିନିକାର ୱିଣ୍ଡସର ପାର୍କରେ ୧୨ରୁ ୧୬ ଯାଏ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ଦୁଇ ଦେଶର ମଧ୍ୟରେ ୧୦୦ତମ ମୁକାବିଲା ହେବେ । ଜୁଲାଇ ୨ରୁ କ୍ୱିନ୍ସ ପାର୍କରେ ଖେଳାଯିବ । ଏହି ଦୁଇ ଟେଷ୍ଟ ମ୍ୟାଚ୍ ୨୦୨୩-୨୫ ୱାର୍ଲଡ୍ ଟେଷ୍ଟ ଚାମ୍ପିୟନଶିପର ଅଂଶ ହେବ । ଟେଷ୍ଟ ପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଟେଷ୍ଟ ଟିମ- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକୱାଡ, ବିରାଟ କୋହଲି, ୟଶସ୍ୱୀ ଜୟସୱାଲ, ଅଜିଙ୍କ୍ୟା ରାହାଣେ (ଉପଅଧିନାୟକ), କେଏସ ଭରତ (ୱିକେଟ କିପର), ଇସାନ କିଶନ, ଆର. ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ଶିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସାଇନି ।

ଦିନିକିଆ ଟିମ- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ କିପର), ଇସାନ କିଶନ, ହାର୍ଦିକ ପାଣ୍ଡ୍ୟା, ଶାର୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ମହମ୍ମଦ ଶିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ ।