FeaturedLatestSports

ଆଇସିସି ଦିନିକିଆ ବିଶ୍ବକପ୍ ପାଇଁ ପ୍ରକାଶ ପାଇଲା କ୍ରୀଡାସୂଚୀ

ମୁମ୍ବାଇ (ସଂକେତ୍ ଟିଭି) ଦିନିକିଆ କ୍ରିକେଟ ବିଶ୍ବକପର 13ତମ ସଂସ୍କରଣ ପାଇଁ ଆଇସିସି କ୍ରୀଡାସୂଚୀ ପ୍ରକାଶ କରିଛି । ଏହି ବିଶ୍ବକପ୍ ଅକ୍ଟୋବର 5ରୁ ନଭେମ୍ବର 19 ଯାଏଁ ଖେଳାଯିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ ।

କ୍ରୀଡାସୂଚୀ ମୁତାବକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଅକ୍ଟୋବର 8 ତାରିଖରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଭାରତ । ଏହାପରେ ଅକ୍ଟୋବର 15 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ ମ୍ୟାଚ ଖେଳିବ ଭାରତ । ମୋଟ 10ଟି ଦଳକୁ ନେଇ ବିଶ୍ବକପ ଖେଳାଯିବ । ମୋଟ 10ଟି ଭେନ୍ୟୁରେ ସମସ୍ତ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା ।

ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସଦ୍ୟତମ ଦଳ ଭାବେ ଦକ୍ଷିଣ ଆଫ୍ରିକା ବିଶ୍ବକପ ପାଇଁ ଟିକେଟ ହାସଲ କରିଛି । କ୍ବାଲିଫାୟାର ପର୍ଯ୍ୟାୟରୁ ଅନ୍ୟ 2ଟି ଦଳ ବିଶ୍ବକପକୁ ଯୋଗ୍ୟତା ଅର୍ଜନ କରିବେ । ଜୁଲାଇ 9 ସୁଦ୍ଧା ଆଉ ଦୁଇ ଦଳ ବିଶ୍ବକପରେ ସାମିଲ ହେବେ । ପ୍ରତି ଦଳ ପରସ୍ପର ବିପକ୍ଷରେ ରାଉଣ୍ଡ ରୋବିନ ଫର୍ମାଟରେ 9ଟି ମ୍ୟାଚ ଖେଳିବେ । 4 ଶ୍ରେଷ୍ଠ ଦଳ ସେମି ଫାଇନାଲକୁ ଉତୀର୍ଣ୍ଣ ହେବେ । ମୁମ୍ବାଇ ଓ କୋଲକାତାରେ ଦୁଇଟି ଯାକ ସେମିଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ 19 ନଭେମ୍ବରରେ ଅହମ୍ମଦାବାଦରେ ଖେଳାଯିବ ।