ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ଗୁରୁତ୍ଵପୂର୍ଣ୍ଣ ରାଜ୍ୟ ବୈଠକ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ସହିତ ଦଳର ସମସ୍ତ ବିଧାୟକ ଏହି ବୈଠକରେ ଉପସ୍ଥିତ ଥିଲେ।
ଏହି ବୈଠକରେ ବିଜେପି ବିଧାୟକମାନେ ଲୋକମତକୁ ସମ୍ମାନ ଜଣାଇ ଦରମା ବୃଦ୍ଧି ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ପ୍ରସ୍ତାବ ଦେଇଛନ୍ତି। ଦଳର ସାଙ୍ଗଠନିକ ସ୍ଥିତି ଓ ଭବିଷ୍ୟତ ରଣନୀତି ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହେବାର କଥା। ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତରୁ ପ୍ରାପ୍ତ ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ନିମନ୍ତେ ମଧ୍ୟ ଏହି ବୈଠକ ଅନୁଷ୍ଠିତ ହେଉଥିବା କୁହାଯାଉଛି।
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବା, ନିଗମ ଅଧ୍ୟକ୍ଷ ପଦବୀ ପୂରଣ ଆଦି ବିଷୟ ମଧ୍ୟ ଆଜିର ଆଲୋଚନାପଟିରେ ରହିଛି। ଏଥିସହ ଦଳୀୟ ସଂଗଠନ ଓ ସରକାରୀ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ଵ ଦିଆଯାଇଥିବା ଜଣାଯାଉଛି। ଏଣୁ, ରାଜ୍ୟ ରାଜନୀତିର ଭବିଷ୍ୟତ ଦିଗ୍ବଳୟ ନିରୂପଣରେ ଆଜିର ଏହି ବୈଠକର ନିଷ୍ପତ୍ତି ଗୁରୁତ୍ଵପୂର୍ଣ୍ଣ ହୋଇଥିଲା।
