FeaturedLatestSports

ଟି-୨୦ ବିଶ୍ୱକପ୍‌ ୨୦୨୬ ପାଇଁ ଭାରତୀୟ ଦଳ ଘୋଷିତ: ସୂର୍ଯ୍ୟ ଅଧିନାୟକ, ବାଦ୍ ପଡିଲେ ଗିଲ୍

ମୁମ୍ବାଇ (ସଂକେତ ଟିଭି): ମୁମ୍ବାଇରେ ଟି-୨୦ ବିଶ୍ୱକପ୍‌ ୨୦୨୬ ପାଇଁ ଭାରତୀୟ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଚୟନ କମିଟି ସୂର୍ଯ୍ୟାକୁମାର ଯାଦବଙ୍କୁ ଦଳର ଅଧିନାୟକ ଏବଂ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାବେ ନିର୍ବାଚିତ କରିଛନ୍ତି। ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ଉପ-ଅଧିନାୟକ ଥିବା ଶୁଭମନ୍‌ ଗିଲ୍‌ ଏହି ଦଳରୁ ବାଦ୍ ପଡିଛନ୍ତି।

ଜାନୁଆରୀ ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ମଧ୍ୟ ଏହି ବିଶ୍ୱକପ୍‌ ଦଳକୁ ରଖାଯାଇଛି। ବିସିସିଆଇ ସଚିବ ଏହି ଘୋଷଣା ପ୍ରେସ୍‌ ମିଟ୍‌ରେ କରିଛନ୍ତି। ନାଗପୁର, ରାୟପୁର, ଗୁଆହାଟୀ, ବିଶାଖାପଟ୍ଟନମ୍‌ ଏବଂ ତିରୁଅନନ୍ତପୁରମ୍‌ରେ ପାଞ୍ଚଟି ମ୍ୟାଚ୍‌ ଖେଳାଯିବ।

ଫେବୃଆରୀ ୭ ରୁ ମାର୍ଚ୍ଚ ୨୦ ମଧ୍ୟରେ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଟି-୨୦ ବିଶ୍ୱକପ୍‌ ୨୦୨୬ର ଆୟୋଜନ କରିବେ। ପ୍ରଥମ ମ୍ୟାଚ୍‌ କଲମ୍ବୋରେ ଏବଂ ଫାଇନାଲ୍‌ ଅହମଦାବାଦରେ ଖେଳାଯିବାର ଯୋଜନା ରହିଛି।

ଭାରତୀୟ ଦଳ:

  • ଅଧିନାୟକ: ସୂର୍ଯ୍ୟାକୁମାର ଯାଦବ (ବ୍ୟାଟର)
  • ଉପ-ଅଧିନାୟକ: ଅକ୍ଷର ପଟେଲ (ଅଲ୍‌ରାଉଣ୍ଡର)
  • ବ୍ୟାଟର: ଅଭିଷେକ୍ ଶର୍ମା, ସଞ୍ଜୁ ସାମସନ୍‌ (ୱିକେଟ୍‌ ରକ୍ଷକ), ଇଷାନ୍‌ କିଷାନ୍‌ (ୱିକେଟ୍‌ ରକ୍ଷକ)
  • ଅଲ୍‌ରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା, ତିଲକ ବର୍ମା, ଶିଭମ ଦୁବେ, ଓ୍ୱାଂସିଟନ ସୁନ୍ଦର, ରିଙ୍କୁ ସିଂହ
  • ବୋଲର: ଅର୍ଶଦୀପ ସିଂହ, ହର୍ଷିତ ରାଣା, ଜଶପ୍ରୀତ୍ ବୁମରା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ