LatestNewsPolitics

ବିଜେପି ବାଲେଶ୍ୱରର ନୂତନ ଜିଲ୍ଲା କମିଟି ଘୋଷିତ

ବାଲେଶ୍ବର (ସଂକେତ ଟିଭି): ଭାରତୀୟ ଜନତା ପାର୍ଟି (ବିଜେପି)ର ବାଲେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା ଆଜି ନୂତନ ଜିଲ୍ଲା କମିଟି ଘୋଷଣା କରିଛନ୍ତି। ଏହି କମିଟି ବିଜେପିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ସଂଗଠନ ମନ୍ତ୍ରୀ ଶ୍ରୀ ମାନସ ମହାନ୍ତିଙ୍କ ଅନୁମୋଦନ କ୍ରମେ ଗଠିତ ହୋଇଛି।

ଘୋଷିତ ଜିଲ୍ଲା କମିଟିରେ ମୋଟ ୮ ଜଣ ଉପସଭାପତି, ୩ ଜଣ ସାଧାରଣ ସମ୍ପାଦକ, ୮ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ଜଣେ ମିଡ଼ିଆ ସଂଯୋଜକ ସହ ୨ ଜଣ ସହ-ସଂଯୋଜକ ରହିଛନ୍ତି।

ଏହା ବ୍ୟତୀତ କମିଟିରେ ୭୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା, ୨୫ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ୨୪ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସ୍ଥାନ ପାଇଛନ୍ତି। ସମସ୍ତ ପଦାଧିକାରୀଙ୍କ ନାମ ଏକ ସ୍ୱତନ୍ତ୍ର ନାମାବଳୀରେ ଉଲ୍ଲେଖ କରାଯାଇଛି।