ଥାର୍ ଗାଡ଼ି କିଣା ଓ ମୋଡିଫିକେସନ ଖର୍ଚ୍ଚ ବିବାଦ: ସ୍ୱତନ୍ତ୍ର ଅଡିଟ୍ ତଦନ୍ତର ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ବନ ବିଭାଗ ପକ୍ଷରୁ ‘ଥାର୍’ ଗାଡ଼ି କିଣା ଏବଂ ତାହାର ମୋଡିଫିକେସନ୍ ଖର୍ଚ୍ଚ ନେଇ ଉଠିଥିବା ପ୍ରଶ୍ନାବଳୀ ମଧ୍ୟରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ତଦନ୍ତ ପରିସରଭୁକ୍ତ ହେବାକୁ ଯାଉଛି। ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଏହି କାରବାରର ଏକ ସ୍ୱତନ୍ତ୍ର ଅଡିଟ୍ କରାଯିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି।
ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ୭ କୋଟିରୁ ଅଧିକ ଟଙ୍କାରେ ୫୧ଟି ‘ଥାର୍’ ଗାଡ଼ି କିଣାଯାଇଥିଲା। କିନ୍ତୁ ଏହି ଗାଡ଼ିଗୁଡିକର ମୋଡିଫିକେସନ୍ କାର୍ଯ୍ୟରେ ଆଉ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଷୟ ପ୍ରକାଶ ପାଇବା ପରେ ବିବାଦ ଦାନ୍ୱ ପେଲିଥିଲା। ଏହି ଖର୍ଚ୍ଚ ନେଇ ବିଧାନସଭାର ଶୀତ ଅଧିବେଶନରେ ମଧ୍ୟ ପ୍ରଶ୍ନ ଉଠିଥିଲା।
ବିଭାଗୀୟ ମନ୍ତ୍ରୀ ଏହାର ଯଥାର୍ଥତା ବ୍ୟାଖ୍ୟା କରି ସବିଶେଷ ତଥ୍ୟ ବିଧାନସଭାକୁ ଦେଇଥିଲେ ମଧ୍ୟ, ଏବେ ସମ୍ପୂର୍ଣ୍ଣ ବିଷୟଟିର ଗଭୀର ତଦନ୍ତ ପାଇଁ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରିନ୍ସିପାଲ୍ ଚିଫ୍ କଣ୍ଜର୍ଭେଟର୍ ଅଫ୍ ଫରେଷ୍ଟ (ବନ୍ୟପ୍ରାଣୀ) କାର୍ଯ୍ୟାଳୟର ଏଜି ପଦାଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏହି ଅଡିଟ୍ କାର୍ଯ୍ୟ କରିବେ। ଗାଡ଼ି କ୍ରୟ ରାସ୍ତା ଚୟନରୁ ଆରମ୍ଭ କରି ମୋଡିଫିକେସନ୍ ଖର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ଦିଗକୁ ଏହି ତଦନ୍ତରେ ସମ୍ଲିକ୍ତ କରାଯିବ।
