FeaturedLatestNews

ମହାନଦୀ ଜଳ ବିବାଦ କମିଟିର ପ୍ରଥମ ବୈଠକ ସମାପ୍ତ

ଭୁବନେଶ୍ୱର(ସଂକେତ ଟିଭି): ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଶା ଜନ୍ମ ଦେଇଛି ଟ୍ରିପଲ୍ ଇଞ୍ଜିନ୍ ସରକାର। ଏହି ବିବାଦର ଚୁକ୍ତି ପାଇଁ ମହାନଦୀ ଜଳ ବିବାଦ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା, ଯାହାକି ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ରାଜ୍ୟ ସରକାରର ତିନୋଟି ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଟ୍ରିପଲ୍ ଇଞ୍ଜିନ୍ ସରକାର ଗଠନ ପରେ ଏହା ହେଉଛି ଏହି ସମ୍ବେଦନଶୀଳ ବିଷୟ ଉପରେ ପ୍ରଥମ ଉଚ୍ଚସ୍ତରୀୟ ଆଲୋଚନା, ଯାହାକି ଦୁଇ ରାଜ୍ୟ ମଧ୍ୟରେ ଥିବା କଳି ଶୀଘ୍ର ତୁଟିବାର ଆଶା ସୃଷ୍ଟି କରିଛି।

ବୈଠକ ଶେଷରେ କମିଟି ଅଧ୍ୟକ୍ଷ ଶ୍ରୀ ସିଂଦେଓ ଜଣାଇଛନ୍ତି ଯେ ଆପୋଷ ଆଲୋଚନା ପାଇଁ ସହମତି ହୋଇଛି ଏବଂ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ। ତାଙ୍କ ମତରେ, ଆଲୋଚିତ ବିଷୟବସ୍ତୁ ଗଣମାଧ୍ୟମ ପାଇଁ ନୁହେଁ। ମାତ୍ର ବିଜେଡି ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ଏବଂ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଦାବି କରିଛନ୍ତି ଯେ ଆଲୋଚନାର ସମସ୍ତ ପ୍ରସଙ୍ଗ ରାଜ୍ୟବାସୀଙ୍କୁ ସ୍ପଷ୍ଟ ଭାବରେ ଜଣାଇଦେବା ଉଚିତ।

ଶ୍ରୀ ପୂଜାରୀ କହିଛନ୍ତି ଯେ ଆନ୍ତର୍ଜାତୀୟ ନଦୀ ଜଳ ବିବାଦରେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ ଏବଂ ଗତ ସରକାରରେ ଟ୍ରିବ୍ୟୁନାଲର ନିଷ୍ପତ୍ତି ଯଥାର୍ଥ ଥିଲା। ସେ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଶ୍ରୀମତୀ ଫିର୍ଦ୍ଦୋଷ ଜଣାଇଛନ୍ତି ଯେ ମହାନଦୀ ଓଡ଼ିଶାର ଜୀବନରେଖା ଏବଂ ଏହାର ସୁରକ୍ଷା ପାଇଁ ସମସ୍ତ ସଂଗଠନକୁ ସାମିଲ କରି ମିଳିମିଶି ଲଢେଇ କରିବା ଆବଶ୍ୟକ।