FeaturedLatestNews

ପ୍ରଦୂଷଣ ସାର୍ଟିଫିକେଟ ଥିଲେ ମିଳିବ ଗ୍ରୀନ ଷ୍ଟିକର

ଭୁବନେଶ୍ବର(ସଂକେତ ଟିଭି): ଆସନ୍ତା ୧୦ ତାରିଖରୁ ରାଜଧାନୀରେ ଗାଡିରେ ଲଗାଇବା ପାଇଁ ଗ୍ରୀନ ଷ୍ଟିକର ମିଳିବ। ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ (ପିୟୁସି) ଥିବା ଯାନଗୁଡିକୁ ହିଁ ଏହି ଷ୍ଟିକର ପ୍ରଦାନ କରାଯିବ। ଏ ସମ୍ପର୍କରେ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ପରିବହନ ଅଧିକାରୀଙ୍କ (ଆରଟିଓ) କାର୍ଯ୍ୟାଳୟରେ ଏହି ଗ୍ରୀନ ଷ୍ଟିକର ପ୍ରଦାନ କରାଯିବ। ବିଜ୍ଞପ୍ତି ଅନୁଯାୟୀ, ୧୦ ତାରିଖ ପୂର୍ବରୁ ପିୟୁସି କରାଇସାରିଥିବା ଲୋକେ ଆରଟିଓ କାର୍ଯ୍ୟାଳୟରୁ ଷ୍ଟିକର ନେଇପାରିବେ। ଯେଉଁମାନେ ୧୦ ତାରିଖ ପରେ ପ୍ରଦୂଷଣ ସାର୍ଟିଫିକେଟ କରାଇବେ, ସେମାନେ ପିୟୁସି ସେଣ୍ଟରରୁ ଗ୍ରୀନ ଷ୍ଟିକର ପାଇବେ।

ଷ୍ଟିକର ପ୍ରଦାନ ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ, ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆରସି) ଏବଂ ଗାଡିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ। ଆରଟିଓ କାର୍ଯ୍ୟାଳୟରେ ଷ୍ଟିକର ଆଣିବାବେଳେ ମୂଳ ପିୟୁସି କପି, ଆରସି ଏବଂ ପରିଚୟ ପତ୍ର ଦେଖାଇବାକୁ ହେବ। ଗାଡି ମାଲିକଙ୍କ ପରିବର୍ତ୍ତେ ଅନ୍ୟ କେହି ଷ୍ଟିକର ଆଣିଲେ, ଗାଡି ମାଲିକଙ୍କ ଅଧିକାର ପତ୍ର (ଅଥରାଇଜେସନ୍) ଦର୍ଶାଇବାକୁ ପଡିବ।

ଏଥିସହ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି ଯେ, ଗାଡିରେ ଗ୍ରୀନ ଷ୍ଟିକର ଲଗାଇବା କୌଣସି ବାଧ୍ୟତାମୂଳକ ନୁହେଁ। ତଥାପି, ଏହା ଲାଗୁ ଥିଲେ ଚେକିଂ ସମୟରେ ପ୍ରଦୂଷଣ ସନ୍ଦର୍ଭରେ ଯାଞ୍ଚ କାର୍ଯ୍ୟ ସହଜ ହୋଇଥାଏ।