FeaturedLatestNews

ମାଝୀ ସରକାରଙ୍କ ୧୬ ନୂଆ ଯୋଜନା, ରାମ ଜିରୁ ଡାଲଖାଇ ପର୍ଯ୍ୟନ୍ତ ପଡ଼ିଲା ମୋହର

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ରାଜ୍ୟର ଆର୍ଥିକ ବିକାଶ ଏବଂ ଜନକଲ୍ୟାଣକୁ ପ୍ରାଥମିକତା ଦେଇ ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାର ଚଳିତ ବର୍ଷ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି।

ଗତ ଆର୍ଥିକ ବର୍ଷର ବଜେଟ୍ ତୁଳନାରେ ଚଳିତ ବର୍ଷର ବଜେଟ୍ ଆକାରରେ ୬.୯ ପ୍ରତିଶତ ବୃଦ୍ଧି ଘଟାଯାଇଛି। ଏହି ବଜେଟରେ ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଏହି ବଜେଟରେ ରାଜ୍ୟ ସରକାର ୧୬ଟି ନୂତନ ଯୋଜନା ଏବଂ ପଦକ୍ଷେପ ଘୋଷଣା କରିଛନ୍ତି, ଯାହା ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଅଗ୍ରଗତିରେ ସହାୟକ ହେବ। ଘୋଷିତ ଯୋଜନାଗୁଡ଼ିକ ମଧ୍ୟରେ ରହିଛି:

  • ଭିବି ଜି ରାମ ଜି – ୫୫୭୫ କୋଟି ଟଙ୍କାର ବ୍ୟୟବରାଦ।
  • ସମୃଦ୍ଧ ଅଙ୍ଗନବାଡି ଯୋଜନା – ୬୩୫ କୋଟି ଟଙ୍କାର ବ୍ୟୟବରାଦ।
  • ମଡେଲ ମଣ୍ଡି – ୧୦୦ କୋଟି ଟଙ୍କାର ବ୍ୟୟବରାଦ।
  • ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
  • ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି ଟଙ୍କାର ବ୍ୟୟବରାଦ।
  • ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି ଟଙ୍କାର ବ୍ୟୟବରାଦ।
  • ରେଆର ଆର୍ଥ କରିଡ଼ର – ୧୦ କୋଟି ଟଙ୍କାର ବ୍ୟୟବରାଦ।
  • ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସିଏଟିଭ
  • ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି ଟଙ୍କାର ବ୍ୟୟବରାଦ।
  • ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର
  • ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ)
  • ଷ୍ଟେଟ ଏଆଇ ମିଶନ – ୨୩ କୋଟି ଟଙ୍କାର ବ୍ୟୟବରାଦ।
  • ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ – ୧୫୦ କୋଟି ଟଙ୍କାର ବ୍ୟୟବରାଦ।
  • ଡାଲଖାଇ – ୨୨୦ କୋଟି ଟଙ୍କାର ବ୍ୟୟବରାଦ।
  • ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ
  • ଫିଟ୍ ଓଡ଼ିଶା ମିଶନ – ୧୦ କୋଟି ଟଙ୍କାର ବ୍ୟୟବରାଦ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥ ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ତେଣୁ ସେ ନିଜେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟର ସାମଗ୍ରିକ ବିକାଶ ଏବଂ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଏହି ବଜେଟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି।