ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
ଭୁବନେଶ୍ୱର (ସଂକେତ ଟିଭି): ବାଲେଶ୍ବର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ମାମଲାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି। ମଙ୍ଗଳବାର ଦିନ ୟୁଜିସି ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ପ୍ରଫେସର ରାଜ୍ ମିତ୍ତଲ ଏହି କମିଟିର ଅଧ୍ୟକ୍ଷତା କରିବେ। କମିଟିରେ ଅନ୍ୟ ୩ ଜଣ ସଦସ୍ୟ ରହିଛନ୍ତି, ଯେଉଁଥିରେ ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ସୁଷମା ଯାଦବ, ଗୁଜରାଟ ବିଶ୍ୱବିଦ୍ୟାଳୟର କୁଳପତି ଡ. ନୀର୍ଜା ଗୁପ୍ତା ଏବଂ ୟୁଜିସିର ଯୁଗ୍ମ ସଚିବ ଡ. ଅସୀମା ମଙ୍ଗଳା ସଂଯୋଜକ ଭାବେ କାର୍ଯ୍ୟ କରିବେ। କମିଟି ଘଟଣାର ସମସ୍ତ ଦିଗ ଅନୁଧ୍ୟାନ କରି ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବେ।
ଗତ ୧୨ ତାରିଖରେ ସୌମ୍ୟାଶ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ। ତାଙ୍କ ଶରୀର ୯୫% ପୋଡ଼ି ଯାଇଥିବାରୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଏକ ୧୦ ଜଣିଆ ଡାକ୍ତରୀ ଟିମ୍ ତାଙ୍କୁ ବଞ୍ଚାଇବା ପାଇଁ ଚିକିତ୍ସା ଚାଲିଥିଲା, ମାତ୍ର ସେ ବଞ୍ଚି ପାରିନଥିଲେ।
ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର ବାଲେଶ୍ୱରର ପଳାସିଆ ମଶାଣିରେ ସମ୍ପନ୍ନ ହୋଇଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ତାଙ୍କୁ ଅଶ୍ରୁଭରା ବିଦାୟ ଦିଆଯାଇଥିଲା। ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି ଏବଂ ନ୍ୟାୟ ପାଇଁ ଦାବି ଜୋର ଧରିଛି।
