FeaturedLatestNews

ଓଡିଶା ବନ୍ଦ ପାଇଁ କାଲି ରାଜ୍ୟରେ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ୍‌

ଭୁବନେଶ୍ବର (ସଂକେତ ଟିଭି): ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ସଂଘ ଗଣମାଧ୍ୟମକୁ ଜଣାଇଛି। ସୁରକ୍ଷା ଦୃଷ୍ଟିରେ ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରଖାଯିବ।

ପେଟ୍ରୋଲ ଡିଲର ଆସୋସିଏସନ୍ ନୀତିଗତ ଭାବରେ ଏହି ନିଷ୍ପତ୍ତି ନେଇଛି। ଏହାର ଫଳସ୍ୱରୂପ ରାଜ୍ୟରେ ୩ଟି ଡିପୋ ସହିତ ୩,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏଥିରେ ବ୍ୟବସାୟିକ କ୍ଷତି ପ୍ରାୟ ୧୦୦ କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଏହି ସୂଚନା ଦେଇଛନ୍ତି।

ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ମହାସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି, “ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏହା ପରେ ସାଧାରଣ ସେବା ପୁନର୍ବାର ଆରମ୍ଭ ହେବ।” ବନ୍ଦ ସମୟରେ ଜନସାଧାରଣଙ୍କୁ ଅସୁବିଧା ହେବାର ଆଶଙ୍କା ରହିଛି।