ଛାତ୍ରୀଙ୍କୁ ଯୌନ ନିର୍ଯାତନାର ଅଭିଯୋଗ ପରେ ଶିକ୍ଷକ ନିଲମ୍ବିତ
ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲାର ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା କରିବାର ଗମ୍ଭୀର ଅଭିଯୋଗ ଆସିଛି। ଅଭିଯୁକ୍ତ ଶିକ୍ଷକ ପ୍ରମୋଦ କୁମାର ମହାନ୍ତ ପ୍ରତିମା ଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ଏହି ଘଟଣା ଏକ ଭାଇରାଲ ଭିଡିଓ ଏବଂ ଜଣେ ଶିକ୍ଷୟିତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି।
ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର ଅଭିଯୁକ୍ତ ଶିକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି। ସେ କହିଛନ୍ତି, “ଶିକ୍ଷକ ଛାତ୍ରୀଙ୍କ ସହ ଖେଳ ବାହାନାରେ ଅସଦାଚରଣ କରୁଥିବା ଅଭିଯୋଗ ଆସିଥିଲା। ଏକ ତଦନ୍ତ କମିଟି ଗଠନ କରାଯାଇଛି ଏବଂ ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ।”
ଗୋପନୀୟ ସୂତ୍ରରୁ ଜଣାପଡିଛି ଯେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧେ ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ଆସିଥିଲା। ତଥାପି କୌଣସି କଡ଼ା ପଦକ୍ଷେପ ନିଆଯାଇନଥିବାରୁ ପ୍ରଶାସନିକ ବ୍ୟବସ୍ଥାର ଦୁର୍ବଳତା ଉପରେ ପ୍ରଶ୍ନ ଉଠିଛି। ଘଟଣାଟି ୨୧ ଜୁଲାଇରୁ ଘଟିଥିଲେ ମଧ୍ୟ ଏହାକୁ ଗୋପନ ରଖାଯାଇଥିଲା।
ପ୍ରତିମାଦେଇପୁରର ଅଭିଭାବକମାନେ ଘଟଣାକୁ ନେଇ ରାଗିତ ହୋଇଛନ୍ତି। ସେମାନେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏପରିକି ଏଯାବତ କୌଣସି ଥାନାରେ ମାମଲା ଦାୟର ହୋଇନାହିଁ ବୋଲି ଜଣାପଡିଛି।
