FeaturedLatestNews

ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରେ ଖୋଲିବ ୩୮ଟି ମଡେଲ ମଣ୍ଡି

ଭୁବନେଶ୍ବର (ସଂକେତ ଟିଭି): ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଆଜି ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷ ସୁଦ୍ଧା ଓଡିଶାର ୩୦ ଜିଲ୍ଲାରେ ୩୮ଟି ମଡେଲ ମଣ୍ଡି ଖୋଲାଯିବ। ଏହି ମଣ୍ଡିଗୁଡ଼ିକରେ ଆଧୁନିକ ସୁବିଧା ଯେପରିକି ପାନୀୟ ଜଳ, ଶୌଚାଳୟ, ବିଶ୍ରାମାଗାର, ବିଜୁଳି ବ୍ୟବସ୍ଥା, ଦୋକାନ, ଏସଏଚଜି ମହିଳାଙ୍କ ଦ୍ୱାରା ପରିଚାଳିତ ଟିଫିନ ସେଣ୍ଟର ଏବଂ ପାର୍କିଙ୍ଗ୍ ରହିବ।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆବଶ୍ୟକତା ଅନୁସାରେ ବଡ଼ ଜିଲ୍ଲାଗୁଡ଼ିକରେ ଦୁଇଟି ଲେଖାଏଁ ମଣ୍ଡି ଖୋଲାଯିବ। ମଡେଲ ମଣ୍ଡିଗୁଡ଼ିକର ଡିଜାଇନ୍ ଏବଂ ପ୍ରସ୍ତାବିତ କାର୍ଯ୍ୟଯୋଜନା ସମ୍ପର୍କରେ ସମବାୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପ୍ରେଜେଣ୍ଟେସନ୍ ମଧ୍ୟ ଦେଇସାରିଛନ୍ତି।

ଏହି ପ୍ରକଳ୍ପ ରାଜ୍ୟର କୃଷକମାନଙ୍କୁ ସୁବିଧା ପ୍ରଦାନ କରିବା ସହିତ ଶସ୍ୟ ବିକ୍ରୟ ପାଇଁ ଏକ ସୁଗମ ଏବଂ ସୁବିନ୍ୟସ୍ତ ବ୍ୟବସ୍ଥା ଗଢ଼ିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।