ଛୁଟି ଦିନ ଓ ରବିବାରରେ ମଧ୍ୟ ହେବ ଚାଷୀ ପଞ୍ଜିକରଣ: ସମବାୟ ବିଭାଗର ନୂତନ ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ଚାଷୀ ପଞ୍ଜିକରଣ ଟାର୍ଗେଟ୍ ପୂରଣ ନହେବାରୁ ସମବାୟ ବିଭାଗ ଛୁଟି ଦିନ ଏବଂ ରବିବାରରେ ମଧ୍ୟ ପଞ୍ଜିକରଣ କାର୍ଯ୍ୟକ୍ରମ ଚାଲିବା ପାଇଁ ନିଷ୍ପତ୍ତି ନେଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ସକାଳ ୮ଟାରୁ ରାତି ୮ଟା ଯାଏଁ ଚାଷୀମାନଙ୍କୁ ପଞ୍ଜୀକରଣ କରାଯିବ।
ଖରିଫ ଚାଷୀ ପଞ୍ଜିକରଣ ଅଗଷ୍ଟ ୨୦ ତାରିଖରେ ଶେଷ ହେବାର ଥିବା ବେଳେ, ଏପର୍ଯ୍ୟନ୍ତ ଅନେକ ଚାଷୀ ପଞ୍ଜିକରଣ କରିନାହାଁନ୍ତି। ବିଭାଗୀୟ ତଥ୍ୟ ଅନୁଯାୟୀ, ଏବେ ମଧ୍ୟ ୧୧ ଲକ୍ଷ ୩୦ ହଜାର ୧୨୮ ଜଣ ଚାଷୀ ହିଁ ପଞ୍ଜୀକୃତ ହୋଇଛନ୍ତି, ଯାହା ଗତବର୍ଷର ୧୭ ଲକ୍ଷ ୭୨ ହଜାର ୩୪୭ ପଞ୍ଜିକରଣ ତୁଳନାରେ ବହୁତ କମ୍।
ସମବାୟ ବିଭାଗ ପକ୍ଷରୁ ଜଣାଯାଇଛି ଯେ, ଅନେକ ଜିଲ୍ଲାରେ ୫୦% ଟାର୍ଗେଟ୍ ମଧ୍ୟ ପୂରଣ ହୋଇନାହିଁ। ଏହି ପରିସ୍ଥିତିରେ ଦ୍ରୁତ ପଞ୍ଜିକରଣ ପାଇଁ ଛୁଟି ଦିନ ଓ ରବିବାରରେ ଅଫିସ୍ ଖୋଲିବା ନିଷ୍ପତ୍ତି ନିଆଯାଇଛି। ବିଭାଗ ଚାଷୀମାନଙ୍କୁ ଅଧିକ ସୁବିଧା ଦେବା ପାଇଁ ଏହି ପଦକ୍ଷେପ ନେଇଥିବା କହିଛି।
