FeaturedLatestNews

ମୁଖ୍ୟମନ୍ତ୍ରୀ ମାଝୀଙ୍କ ଦୀପାବଳି ଉପହାର, କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି

ଭୁବନେଶ୍ୱର (ସଂକେତ ଟିଭି): ଦୀପାବଳି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ଦିନ ଘୋଷଣା କରାଯାଇଥିବା ଏହି ନିଷ୍ପତି ଅନୁଯାୟୀ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ତିନି ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ବୃଦ୍ଧି ପାଇ ୫୮ ପ୍ରତିଶତ ହେବ।

ଏହି ବୃଦ୍ଧିପ୍ରାପ୍ତ ମହଙ୍ଗା ଭତ୍ତା ଜୁଲାଇ ୧, ୨୦୨୫ରୁ ପ୍ରଭାବ ହେବ। ମାତ୍ର, କର୍ମଚାରୀମାନେ ଏହାର ଲାଭ ଚାଲିତ ଅକ୍ଟୋବର ମାସର ଦରମା ଭାବରେ ନଗଦ ଆକାରରେ ପାଇବେ।

ଏହି ସୁବିଧା କେବଳ ସକ୍ରିୟ କର୍ମଚାରୀଙ୍କ ପାଇଁ ନୁହେଁ, ପେନସନଭୋଗୀମାନେ ମଧ୍ୟ ଏହାର ଲାଭଭୋଗୀ ହେବେ। ସେମାନଙ୍କ ପେନ୍ସନ୍ରେ ମଧ୍ୟ ଟି.ଆଇ (ମହଙ୍ଗା ଭତ୍ତା) ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅକ୍ଟୋବର ମାସର ପେନସନ ବେଳେ ଏହି ଅତିରିକ୍ତ ଟି.ଆଇ ପାଇବେ।

ଏହି ନିଷ୍ପତି ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ।