FeaturedLatestNews

ପାର୍ବଣ ଋତୁ: ରାଜ୍ୟ ସରକାର ଲାଗୁ କଲେ ‘ନୋ ଗିଫ୍ଟ ପଲିସି’

ଭୁବନେଶ୍ୱର (ସଂକେତ ଟିଭି): ପର୍ବପର୍ବାଣୀ ସମୟରେ ସରକାରୀ କାର୍ଯ୍ୟାଳୟମାନଙ୍କରେ ଉପହାର ଆଦାନପ୍ରଦାନ ଉପରେ ରାଜ୍ୟ ସରକାର କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କରିଥିବା ଏହି ‘ନୋ ଗିଫ୍ଟ ପଲିସି’ ଅନୁଯାୟୀ କୌଣସି ସରକାରୀ କାର୍ଯ୍ୟାଳୟ କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଉପହାର ଦେବା ନେବା କିମ୍ବା ଏହା ସହିତ ଜଡ଼ିତ କୌଣସି ଖର୍ଚ୍ଚ କରାଯାଇପାରିବ ନାହିଁ।

ଏହି ନୀତି ଅନୁଯାୟୀ, ରାଜ୍ୟ ସରକାରଙ୍କର କୌଣସି ବିଭାଗ କିମ୍ବା କାର୍ଯ୍ୟାଳୟ ସରକାରୀ ପାଣ୍ଠି ବ୍ୟବହାର କରି ଉପହାର କିଣିବେ ନାହିଁ। ଦୀପାବଳି ସମେତ ସମସ୍ତ ପର୍ବପର୍ବାଣୀରେ ଉପହାର କିମ୍ବା ଅନୁରୂପ ସାମଗ୍ରୀ କ୍ରୟ ପାଇଁ ହେଉଥିବା ଖର୍ଚ୍ଚ ଉପରେ ରାଜ୍ୟ ସରକାର ତୁରନ୍ତ କଟକଣା ଜାରି କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟପଦ୍ଧତି କେନ୍ଦ୍ର ସରକାରଙ୍କ ସେପ୍ଟେମ୍ବର ୧୯ ତାରିଖର ନିର୍ଦ୍ଦେଶନାମାକୁ ଅନୁସରଣ କରି ଗ୍ରହଣ କରାଯାଇଛି। କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଗତକାଲି ନିଜର ସମସ୍ତ କାର୍ଯ୍ୟାଳୟ ପାଇଁ ‘ନୋ ଗିଫ୍ଟ ପଲିସି’ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ନୂଆବର୍ଷରେ ବିଭିନ୍ନ ବିଭାଗ କ୍ୟାଲେଣ୍ଡର ଓ ଡାଏରୀ ମୂଦ୍ରଣ ପାଇଁ କରୁଥିବା ଖର୍ଚ୍ଚ ଉପରେ ଏହି କଟକଣା ପ୍ରଯୋଜ୍ୟ ହେବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।