ଇଡେନ୍ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଶୋଚନୀୟ ପରାଜୟ
କୋଲକାତା (ସଂକେତ ଟିଭି): ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କଲା ଟିମ୍ ଇଣ୍ଡିଆ। ମାତ୍ର ୧୨୪ ରନ୍ର ଲକ୍ଷ୍ୟ ପିଛା କରିବା ସମୟରେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୯୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍କୁ ୩୦ ରନ୍ରେ ଜିତି ନେଇଛି।
ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ୧୫ ବର୍ଷ ପରେ ଭାରତୀୟ ମାଟିରେ ଟେଷ୍ଟ ଜୟର ରେକର୍ଡ ଗଢ଼ିଛି। ୨୦୧୨ ପରେ କୋଲକାତାରେ ଭାରତର ଏହା ପ୍ରଥମ ଟେଷ୍ଟ ପରାଜୟ ମଧ୍ୟ ବଟେଲି। ଭାରତ ପିଛା କରି ହାରିଥିବା ଟେଷ୍ଟ ଇତିହାସରେ ଏହା ଦ୍ୱିତୀୟ ସର୍ବନିମ୍ନ ଲକ୍ଷ୍ୟ। ୧୯୯୭ ମସିହାରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷେ ୧୨୦ ରନ୍ର ଲକ୍ଷ୍ୟ ହାସଲ କରିପାରି ନଥିଲା।
ମ୍ୟାଚ୍କୁ ଭାରତୀୟ ବ୍ୟାଟିଂର ଦୁର୍ବଳ ପ୍ରଦର୍ଶନ ପରାଜୟର ମୁଖ୍ୟ କାରଣ ଥିଲା। ଓପନର୍ସ୍ ଯଶସ୍ୱୀ ଜୟସ୍ୱାଲ୍ ଏବଂ କେ.ଏଲ୍. ରାହୁଲ୍ ମାତ୍ର ୧ ରନ୍ରେ ଆଉଟ୍ ହୋଇଥିଲେ। ଉପ-ଅଧିନାୟକ ଋଷଭ ପନ୍ତ ମଧ୍ୟ ସଫଳ ହୋଇପାରିନଥିଲେ। ବେକେ ଆଘାତ ଯୋଗୁଁ ମ୍ୟାଚ୍ ମଝିରେ ଅଧିନାୟକ ଶୁଭମନ୍ ଗିଲ୍ଙ୍କ ବାଦ୍ ପଡ଼ିବା ଦଳକୁ ବଡ଼ ଧକ୍କା ଦେଇଥିଲା।
ଦକ୍ଷିଣ ଆଫ୍ରିକାର ସ୍ପିନର୍ ସାଇମନ୍ ହାରମର୍ ଉଭୟ ଇନିଂସରେ ୪ଟି ଲେଖାଏଁ ୱିକେଟ୍ ନେଇ ମୋଟ ୮/୫୧ ପ୍ରଦର୍ଶନ କରିଛନ୍ତି। ତାଙ୍କ ବଲିଂ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ କାବୁ କରିଥିବାରୁ ସେ ‘ପ୍ଲେୟାର୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ହାସଲ କରିଛନ୍ତି। ଭାରତୀୟ ପକ୍ଷରେ କେବଳ ଓଁଶିଂଟନ ସୁନ୍ଦର (୩୧) ଏବଂ ଅକ୍ଷର ପଟେଲ (୨୬) କିଛି ସଂଘର୍ଷ କରିପାରିଥିଲେ, ମାତ୍ର ତାହା ଦଳକୁ ଜିତାଇବା ପାଇଁ ପର୍ଯ୍ୟାପ୍ତ ପଡ଼ି ନଥିଲା।
