CulturalFeaturedLatestNews

ଓଡ଼ିଶା ହସ୍ତତନ୍ତ୍ର ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ଦିକ୍ଷିତଙ୍କୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର (ସଂକେତ ଟିଭି): ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଧାନସଭାରେ ଜଣାଇଛନ୍ତି ଯେ, ଓଡ଼ିଶା ହସ୍ତତନ୍ତ୍ର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କୁ ନିଯୁକ୍ତି କରାଯାଇଛି । ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାର ତାଙ୍କୁ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ହସ୍ତତନ୍ତ ଚାହିଦାକୁ ଆନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ଏବଂ ଏହି ପାରମ୍ପରିକ କଳାର ସୁନାମ ସାରା ବିଶ୍ୱରେ ପ୍ରଚାର କରିବା ଏହି ନିଯୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ରାଜ୍ୟର ବୁଣାକାରମାନଙ୍କର ସାମାଜିକ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାର ଲକ୍ଷ୍ୟ ରହିଛି ।

ଏହା ବ୍ୟତୀତ ମାଧୁରୀ ଦିକ୍ଷିତଙ୍କ ଯିବା-ଆସିବା ପାଇଁ ଫ୍ଲାଇଟ୍ ଟିକେଟ୍, ରହଣି ଓ ଖାଦ୍ୟ ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏସବୁ ତଥ୍ୟ ଦର୍ଶାଇଛନ୍ତି ।