୨୦୨୬ ଜାନୁଆରୀରେ ପ୍ରାୟ ୧୬ ଦିନ ବ୍ୟାଙ୍କ ଛୁଟି
ନୂଆଦିଲ୍ଲୀ (ସଂକେତ ଟିଭି): ୨୦୨୬ ବର୍ଷର ପ୍ରଥମ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଜାନୁଆରୀ ମାସରେ ପାଖାପାଖି ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ । ଏଥିରେ ରବିବାର ଓ ଦ୍ଵିତୀୟ ଓ ଚତୁର୍ଥ ଶନିବାର ସାମିଲ ଅଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ମାସିକ ଛୁଟି ତାଲିକା ପ୍ରକାଶ କରିଛି ।
ବ୍ୟାଙ୍କ ଛୁଟି ପ୍ରାୟତଃ ସ୍ଥାନୀୟ ଏବଂ ଆଞ୍ଚଳିକ ପର୍ବ ଉପରେ ଆଧାରିତ ହୋଇଥାଏ, ତେଣୁ ଛୁଟି ତାରିଖ ରାଜ୍ୟ ଅନୁସାରେ ଭିନ୍ନ ଭିନ୍ନ ହୋଇପାରେ । RBIର ଛୁଟି ଦିନ ତାଲିକା ଉପରେ ଆଧାରିତ ଏହି ଛୁଟି ଦିନଗୁଡ଼ିକ ରାଜ୍ୟ ଏବଂ ପର୍ବ ଅନୁସାରେ ଅଲଗା ହୋଇଥାଏ । ୨୦୨୬ ଜାନୁଆରୀ ମାସରେ ନୂଆବର୍ଷ, ସ୍ୱାମୀ ବିବେକାନନ୍ଦ ଜୟନ୍ତୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ବିହୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ଏବଂ ଗଣତନ୍ତ୍ର ଦିବସ ସମେତ ଅନେକ ପ୍ରମୁଖ ପର୍ବ ପାଳନ କରାଯିବ ।
ରାଜ୍ୟୀୟ ବ୍ୟାଙ୍କ ଛୁଟି ତାଲିକା:
- ୧ ଜାନୁଆରୀ (ଗୁରୁବାର): ନୂଆବର୍ଷ ପାଇଁ ଆଇଜଲ (ମିଜୋରାମ), ଚେନ୍ନାଇ (ତାମିଲନାଡୁ), ଗାଙ୍ଗଟକ୍ (ସିକ୍କିମ), ଇମ୍ଫାଲ (ମଣିପୁର), ଇଟାନଗର (ଅରୁଣାଚଳପ୍ରଦେଶ), କୋହିମା (ନାଗାଲାଣ୍ଡ), କୋଲକାତା (ପଶ୍ଚିମବଙ୍ଗ) ଓ ଶିଲଂ (ମେଘାଳୟ)ରେ ବ୍ୟାଙ୍କ ଛୁଟି ରହିବ ।
- ୨ ଜାନୁଆରୀ (ଶୁକ୍ରବାର): ଆଇଜଲ (ମିଜୋରାମ) ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ ।
- ୩ ଜାନୁଆରୀ (ଶନିବାର): ହଜରତ ଅଲ୍ଲୀ ଜୟନ୍ତୀ ପାଇଁ ଉତ୍ତରପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ ।
- ୧୨ ଜାନୁଆରୀ (ସୋମବାର): ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକ ପାଇଁ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।
- ୧୪ ଜାନୁଆରୀ (ବୁଧବାର): ମକର ସଂକ୍ରାନ୍ତି / ମାଘ ବିହୁ ପାଇଁ ଅହମଦାବାଦ (ଗୁଜୁରାଟ), ଭୁବନେଶ୍ୱର (ଓଡ଼ିଶା), ଗୌହାଟୀ (ଆସାମ), ଇଟାନଗର (ଅରୁଣାଚଳ ପ୍ରଦେଶ)ରେ ବ୍ୟାଙ୍କ ବନ୍ଦ ରହିବ ।
- ୧୫ ଜାନୁଆରୀ (ଗୁରୁବାର): ବେଙ୍ଗାଲୁରୁ (କର୍ଣ୍ଣାଟକ), ଚେନ୍ନାଇ (ତାମିଲନାଡୁ), ଗାଙ୍ଗଟୋକ (ସିକ୍କିମ), ହାଇଦ୍ରାବାଦ (ତେଲେଙ୍ଗାନା), ବିଜୟୱାଡା (ଆନ୍ଧ୍ରପ୍ରଦେଶ)ରେ ପୋଙ୍ଗଲ ପାଇଁ ବ୍ୟାଙ୍କ ବନ୍ଦ ରହିବ ।
- ୧୬ ଓ ୧୭ ଜାନୁଆରୀ (ଶୁକ୍ରବାର ଓ ଶନିବାର): ଚେନ୍ନାଇ (ତାମିଲନାଡୁ)ରେ ବ୍ୟାଙ୍କ ବନ୍ଦ ରହିବ ।
- ୨୩ ଜାନୁଆରୀ (ଶୁକ୍ରବାର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ପାଇଁ ତ୍ରିପୁରା, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।
- ୨୬ ଜାନୁଆରୀ (ସୋମବାର): ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
ସାଧାରଣ ଛୁଟି ଓ ବିକଳ୍ପ ସେବା:
ଏସବୁ ଛୁଟି ବ୍ୟତୀତ ୪ଟି ରବିବାର (୪, ୧୧, ୧୮, ୨୫ ଜାନୁଆରୀ) ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର (୧୦ ଓ ୨୪ ଜାନୁଆରୀ) ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ହେବ । ବ୍ୟାଙ୍କ ବନ୍ଦ ସତ୍ତ୍ୱେ, ଗ୍ରାହକମାନେ UPI, ATM, IMPS, NEFT, ଏବଂ RTGS ଭଳି ଅନଲାଇନ୍ ସେବାର ବ୍ୟବହାର କରିପାରିବେ । ଛୁଟିଦିନ ଦ୍ୱାରା ଏହି ସେବାଗୁଡ଼ିକ ପ୍ରଭାବିତ ହେବ ନାହିଁ ଏବଂ ଟଙ୍କା କାରବାର ସହଜ ହୋଇରହିବ ।
