ଜମ୍ମୁ-କାଶ୍ମୀର ଭାରତର ଅଙ୍ଗ ରୂପେ ଦର୍ଶାଇଲା ଆମେରିକା ଦ୍ବାରା ଜାରି ଭାରତୀୟ ମାନଚିତ୍ର
ନୂଆଦିଲ୍ଲୀ(ସଂକେତ ଟିଭି): ଆମେରିକା ସରକାର ଏକ ନୂତନ ବାଣିଜ୍ୟ ଚୁକ୍ତି ଉପଲକ୍ଷେ ଜାରି କରିଥିବା ଭାରତୀୟ ମାନଚିତ୍ର ବିଶ୍ୱ ରାଜନୀତିରେ ଏକ ସ୍ପଷ୍ଟ ବାର୍ତ୍ତା ବହନ କରିଛି । ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଦ୍ୱାରା ପ୍ରକାଶିତ ଏହି ମାନଚିତ୍ରରେ ଜମ୍ମୁ ଓ କାଶ୍ମୀରର ସମ୍ପୂର୍ଣ୍ଣ ଅଞ୍ଚଳକୁ, ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସମେତ, ଭାରତର ଅଭିନ୍ନ ଅଙ୍ଗ ଭାବରେ ଦର୍ଶାଯାଇଛି ।
ଏହି ମାନଚିତ୍ର ଆମେରିକାର ସରକାରୀ ବେବସାଇଟ୍ରେ ବାଣିଜ୍ୟିକ ସୁଯୋଗ ସମ୍ବନ୍ଧୀୟ ଏକ ଗ୍ରାଫିକ୍ରେ ଉପସ୍ଥାପିତ ହୋଇଛି । ଏଥିରେ ଉଲ୍ଲେଖ ଅଛି ଯେ ଆମେରିକୀୟ ଉତ୍ପାଦଗୁଡ଼ିକ ଏବେ ଭାରତର ଏହି ନୂତନ ବଜାରରେ ପ୍ରବେଶ କରିପାରିବେ । ଏହି ଦୃଷ୍ଟିକୋଣ ପାକିସ୍ତାନର ଦାବି ପ୍ରତ୍ୟକ୍ଷ ଭାବେ ଅସ୍ୱୀକାର କରୁଥିବା ବିଶ୍ୱବାସୀ ।
ମାନଚିତ୍ରଟିରେ ଅକ୍ସାଇ ଚିନ୍କୁ ମଧ୍ୟ ଭାରତୀୟ ଅଞ୍ଚଳ ଭାବରେ ଦର୍ଶାଯାଇଛି, ଯାହାକି ଚୀନ୍ ଦାବି କରୁଥିବା ଏକ ଅଞ୍ଚଳ । ଏହିପରି ଚିତ୍ରଣ ଦ୍ୱାରା ଆମେରିକା ଭାରତ ସହିତ ହୋଇଥିବା ବାଣିଜ୍ୟିକ ଚୁକ୍ତିର ଭୌଗୋଳିକ ପରିଧି ସହିତ ନିଜର ଦୃଷ୍ଟିକୋଣକୁ ସୁସ୍ପଷ୍ଟ କରିଛି ।
ଏହି ଘଟଣାକୁ ଭାରତୀୟ ବିଦେଶ ନୀତିରେ ଏକ ବଡ଼ ସଫଳତା ରୂପେ ଦେଖାଯାଉଛି । ବିଶ୍ଳେଷକମାନେ ମତଦିଅନ୍ତି ଯେ ଆମେରିକାର ଏହି ପଦକ୍ଷେପ କାଶ୍ମୀର ବିବାଦ ଉପରେ ପାକିସ୍ତାନର ଦାବିକୁ ଦୁର୍ବଳ କରିବ ସହିତ ଅଞ୍ଚଳୀୟ ଭୌଗୋଳିକ ସ୍ଥିରତା ପ୍ରତି ଆମେରିକାର ସ୍ଥିତିକୁ ମଧ୍ୟ ସୁସ୍ପଷ୍ଟ କରିଛି । ଏହା ପାକିସ୍ତାନ ଏବଂ ଚୀନ୍ ଉଭୟଙ୍କ ପାଇଁ ଏକ ରାଜନୈତିକ ଆଘାତ ବୋଲି କୁହାଯାଉଛି ।
From tree nuts and dried distillers’ grains to red sorghum and fresh and processed fruit, the U.S.-India Agreement will provide new market access for American products. pic.twitter.com/mqpP10LJp1
— United States Trade Representative (@USTradeRep) February 6, 2026
