FeaturedLatestNewsPolitics

ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କ ପାଇଁ ବୁମେରାଙ୍ଗ ହେବ : ସୁରେଶ ପୂଜାରୀ

ଭୁବନେଶ୍ବର (ସଂକେତ ଟିଭି): ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଂଗ୍ରେସର ଅନାସ୍ଥା ଆହ୍ୱାନକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ଯେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଆଣିଲେ ସରକାର ଆହତ ହେବେ ନାହିଁ, ବରଂ ସେମାନେ ନିଜେ କ୍ଷତିଗ୍ରସ୍ତ ହେବେ। ତାଙ୍କ ମତରେ, ଏହି ପ୍ରସ୍ତାବ ବିରୋଧୀଙ୍କ ପାଇଁ ବୁମେରାଙ୍ଗ ହେବ।

ପୂଜାରୀ କହିଛନ୍ତି, “ବିରୋଧୀଙ୍କୁ ଅନାସ୍ଥା ଆଣିବାର ଅଧିକାର ଅଛି। କିନ୍ତୁ ସେମାନେ ଯେତେବେଳେ ବିଧାନସଭାକୁ ଆସିବେ, ଟିକେ ହୋମୱାର୍କ୍ କରି ଆସନ୍ତୁ। ବିଜେଡି ଏବଂ କଂଗ୍ରେସ ୪୦ ବର୍ଷର କାର୍ଯ୍ୟକାଳର ହିସାବ ଦେଖାଇ ଆସନ୍ତୁ। ଆମେ ମାତ୍ର ଗୋଟିଏ ବର୍ଷର କାର୍ଯ୍ୟଦକ୍ଷତାର ହିସାବ ଦେବୁ।”

ସେ ଆହୁରି ମଧ୍ୟ କହିଛନ୍ତି, “ସେମାନେ ଦୀର୍ଘ ସମୟ ଧରି କ’ଣ କରିଛନ୍ତି ଏବଂ ଆମେ ମାତ୍ର ଏକ ବର୍ଷରେ କ’ଣ କରିଛୁ, ତାହାର ତୁଳନାତ୍ମକ ବିଶ୍ଳେଷଣ ହେବ। ଏହି ଚ୍ୟାଲେଞ୍ଜ ଦେଇ ମୁଁ ବିରୋଧୀଙ୍କୁ ଆହ୍ୱାନ ଦେଉଛି।”