CrimeFeaturedLatestNews

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୬ ଜଣ ଗିରଫ, ଡାଟା ଏଣ୍ଟ୍ରି ଅପରେଟରଙ୍କ ସମ୍ପୃକ୍ତି

ଭୁବନେଶ୍ବର (ସଂକେତ ଟିଭି): ଓଡିଶା ଟିଚର୍ ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ଓଡିଶା ପୁଲିସର କ୍ରାଇମ୍ ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୀତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶ୍ଵାୟୀ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଏବଂ ଜୟନ୍ତ କୁମାର ରାଉତ।

କ୍ରାଇମ୍ ବ୍ରାଞ୍ଚର ଡିଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ଯେ, ଡାଟା ଏଣ୍ଟ୍ରି ଅପରେଟର ଜରିଆରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜୀତନ ମହାରାଣାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଟଙ୍କା ଯାଇଥିବାର ପ୍ରମାଣ ମିଳିଛି। ଏହି ଘଟନା ବାଲେଶ୍ଵରରୁ କୋରାପୁଟ ପର୍ଯ୍ୟନ୍ତ ବ୍ୟାପିଛି।

ଗତ ୨୦ ତାରିଖରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା, ମାତ୍ର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେବା ଫଳରେ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ଏହାଦ୍ୱାରା ପରୀକ୍ଷାର୍ଥୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିନା ସୂଚନାରେ ପରୀକ୍ଷା ବାତିଲ ହେବାରୁ ପରୀକ୍ଷାର୍ଥୀ ଏବଂ ବିରୋଧୀ ଦଳଗୁଡିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ।

ଏହି ଘଟଣା ପରେ ବୋର୍ଡ କାର୍ଯ୍ୟାଳୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ୬ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି। ପରୀକ୍ଷା ପୁନର୍ବାର କେବେ ହେବ ତାହା ସମ୍ବନ୍ଧରେ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟ ଘୋଷଣା କରାଯାଇନାହିଁ।