FeaturedGeneralLatest

ଆଧାର ଅପଡେଟ୍ ହେବ ସମ୍ପୂର୍ଣ୍ଣ ମାଗଣା

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ସରକାର ଶିଶୁ ଆଧାର କାର୍ଡ ସମ୍ବନ୍ଧିତ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏଣିକି ଆଧାର ଅପଡେଟ୍ କିମ୍ବା ନୂତନ କାର୍ଡ ଆବେଦନ ପାଇଁ କୌଣସି ଫି ଦେବାକୁ ପଡିବ ନାହିଁ । ଏହି ମାଗଣା ସୁବିଧା କିନ୍ତୁ କେବଳ ଦୁଇଟି ନିର୍ଦ୍ଦିଷ୍ଟ ବୟସ୍ ଗୋଷ୍ଠୀ ପାଇଁ ପ୍ରଯୋଜ୍ୟ ହେବ ।

ପ୍ରଥମ ବର୍ଗରେ ଅଛନ୍ତି ୫ (ପାଞ୍ଚ) ବର୍ଷରୁ ୭ (ସାତ) ବର୍ଷ ବୟସର ପିଲାମାନେ । ଦ୍ୱିତୀୟ ବର୍ଗରେ ଅଛନ୍ତି ୧୫ (ପନ୍ଦର) ବର୍ଷରୁ ୧୭ (ସତର) ବର୍ଷ ବୟସର ଯୁବକ-ଯୁବତୀମାନେ । ଉଲ୍ଲେଖ୍ୟ, ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କୁ ଜାରି ହୋଇଥାଏ ନୀଳ ରଙ୍ଗର ଶିଶୁ ଆଧାର କାର୍ଡ । ଏଥିରେ ପିଲାଙ୍କ ବାୟୋମେଟ୍ରିକ୍ସ (ଆଇରିସ୍ ଓ ଆଙ୍ଗୁଠି ଛାପ) ନିଆଯାଏ ନାହିଁ, କେବଳ ଫଟୋ ଓ ପିତାମାତାଙ୍କ ଆଧାର କାର୍ଡ ନମ୍ବର ଆଧାରରେ ଏହା ଜାରି ହୋଇଥାଏ ।

ଜେବେ ଏକଟି ପିଲାର ବୟସ ୫ (ପାଞ୍ଚ) ବର୍ଷ ହୁଏ, ସେତେବେଳେ ତାଙ୍କର ଆଧାର କାର୍ଡଟିକୁ ଅପଡେଟ୍ କରିବାକୁ ପଡ଼େ । ଏହି ଅପଡେଟ୍ ପ୍ରକ୍ରିୟାରେ ପିଲାଙ୍କର ଆଇରିସ୍ ସ୍କାନ୍, ଆଙ୍ଗୁଠି ଛାପ ଓ ନୂତନ ଫଟୋ ନିଆଯାଏ ଯାହା ଫଳରେ ସେମାନଙ୍କୁ ଏକ ପୂର୍ଣ୍ଣାଙ୍ଗ ଆଧାର କାର୍ଡ ମିଳିଥାଏ । ପୂର୍ବେ ଏହି ଅପଡେଟ୍ କରିବାପାଇଁ ଫି ଦେବାକୁ ପଡୁଥିଲା, ଯାହାକୁ ବର୍ତ୍ତମାନ ସରକାର ସମ୍ପୂର୍ଣ୍ଣ ଭାବରେ ମାଗଣା କରିଛନ୍ତି । ଏହିପରି ଭାବରେ ୧୫ (ପନ୍ଦର) ବର୍ଷ ପରେ ଆଧାର କାର୍ଡ ଅପଡେଟ୍ କରିବାପାଇଁ ମଧ୍ୟ ଏବେ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ।