CrimeFeaturedLatestNews

ଡାହାଣୀ ସନ୍ଦେହରେ ଯୁବକକୁ ମାଡ଼ପିଟ୍ ଓ ଚେନରେ ବାନ୍ଧିଲେ ଗ୍ରାମବାସୀ

ବାଲେଶ୍ୱର (ସଂକେତ ଟିଭି): ଡାହାଣୀ ସନ୍ଦେହରେ ଜିଲ୍ଲାର ସୋର ଥାନା ଅଧୀନରେ ଥିବା ମହୁମୁହାଣ ପଞ୍ଚାୟତର ମଲିଚୁଆ ଗାଁରେ ଏକ ଘଟଣା ଘଟିଛି । ଗ୍ରାମବାସୀଙ୍କ ଉପରେ ଜାଦୁଟୋଣା କରିବାର ସନ୍ଦେହରେ ଚଇତା ସିଂ ନାମକ ଜଣେ ଯୁବକକୁ ଗ୍ରାମବାସୀମାନେ ମାଡ଼ପିଟ୍ କରି ଏକ ଚେନ୍ ଦ୍ଵାରା ବାନ୍ଧିପକାଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ସୋର ପୋଲିସ୍କୁ ମଧ୍ୟ ଗ୍ରାମବାସୀମାନେ ଉଦ୍ଧାର କାର୍ଯ୍ୟରେ ବାଧା ଦେଇ ଅଟକାଇ ରଖିଥିଲେ । ଏଥିଯୋଗୁଁ ଗାଁରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିଲା ।

ଶେଷରେ, ମହୁମୁହାଣ ସମିତିର ସଭ୍ୟ, ସରପଞ୍ଚ ଏବଂ ଅନ୍ୟାନ୍ୟ ଗ୍ରାମର ବରିଷ୍ଠ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ ଓ ପୋଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ତାହାପରେ ପୋଲିସ୍ ଉକ୍ତ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଯାଇଛନ୍ତି । ଏହି ଘଟଣା ଉପରେ ଆହୁରି ତଦନ୍ତ ଚାଲିଛି ।