FeaturedLatestNews

କଟକ ସିଏମସି କାଉନସିଲ ବୈଠକରେ ହଙ୍ଗାମା, ଅପଶବ୍ଦକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

କଟକ (ସଂକେତ ଟିଭି): କଟକ ମ୍ୟୁନିସିପାଲ୍ କର୍ପୋରେସନ୍ର ଏକ କାଉନସିଲ ବୈଠକ ଆଜି ହଙ୍ଗାମାରେ ପରିଣତ ହେଲା । ବୈଠକରେ ବିଜେଡି ଓ ବିଜେପି ଦଳର କର୍ପୋରେଟରମାନେ ପରସ୍ପର ସହ ମୁହାଁମୁହିଁ ହେବା ସହ ଠେଲାଠେଲି କରିବାର ଘଟଣା ଦେଖାଗଲା । ଏହି ଘଟଣା ପରେ ବୈଠକ ଅଧା ବାଟରେ ବନ୍ଦ କରିଦିଆଯାଇଥିଲା ।

ବୈଠକରେ ବାଲିଯାତ୍ରା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାର ଥିଲା । ତେବେ କିଛି ବିଷୟକୁ ନେଇ ଆରମ୍ଭରେ ଦୁଇ ଦଳର କର୍ପୋରେଟରଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ପରିସ୍ଥିତି ତୀବ୍ର ହୋଇଉଠିଥିଲା ଯେତେବେଳେ ଜଣେ ସଦସ୍ୟ ବୈଠକରେ ଅସଭ୍ୟ ଶବ୍ଦର ପ୍ରୟୋଗ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ତୁମୁଳ କଳିହଙ୍ଗାମା ଆରମ୍ଭ ହୋଇଯାଇଥିଲା ।

ଏହି ହଙ୍ଗାମାରେ ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ଏବଂ ଚେୟାର ଉଡ଼ିବା ଭଳି ଘଟଣା ମଧ୍ୟ ଘଟିଥିଲା । ପରିସ୍ଥିତି ନିୟନ୍ତ୍ରଣର ବାହାରେ ଚାଲିଯାଉଥିବାରୁ ମେୟର ହସ୍ତକ୍ଷେପ କରି ଉଭୟ ପକ୍ଷକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ମେୟରଙ୍କ ଚେଷ୍ଟା ସତ୍ତ୍ୱେ ପରିସ୍ଥିତି ସୁଧୁରିନଥିବାରୁ କାଉନସିଲ ବୈଠକକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ବାଧ୍ୟ ହୋଯାଇଥିଲା ।