FeaturedLatestNewsPolitics

ବେଇମାନ, ଭୋଟ୍ ଚୋରି କଥା କହି ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରୁଛି ବିଜେଡି : ମନମୋହନ

ନୂଆପଡ଼ା (ସଂକେତ ଟିଭି): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପ୍ରଚାରର ଶେଷ ଦିନ ଶନିବାର ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ଭାବରେ ଅତିବାହିତ ହୋଇଛି । ଉତ୍ସାହିତ ଭୋଟରଙ୍କ ଉପସ୍ଥିତିରେ ପ୍ରଚାର ଅଭିଯାନର ଶେଷ କରାଯାଇଛି । ଏହି ନିର୍ବାଚନକୁ ବିଚାରଧାରାର ଲଢେଇ ବୋଲି କେନ୍ଦ୍ରୀୟ ବିଜେଦଳୀୟ ନେତା ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଆଖ୍ୟା ଦେଇଛନ୍ତି ।

ଶ୍ରୀ ସାମଲ ଦାବି କରିଛନ୍ତି ଯେ ସ୍ୱାଧୀନତା ପରଠାରୁ ୭୮ ବର୍ଷ ପରେ ବିଜେପିକୁ ଓଡ଼ିଶାରେ ସରକାର ଗଠନର ସୁଯୋଗ ମିଳିଛି । ସେମାନେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଏବଂ ଅନ୍ୟଗୁଡ଼ିକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସୁଭଦ୍ରା ଯୋଜନା, ଇନପୁଟ ସବସିଡି, ଭତ୍ତା ଏବଂ ଜଳସେଚନ ଭଳି ଯୋଜନାଗୁଡ଼ିକର ଉଲ୍ଲେଖ କରିଛନ୍ତି । ନୂଆପଡ଼ାର ବିକାଷ ପାଇଁ ୧୪୨୮ କୋଟି ଟଙ୍କା ଘୋଷଣା କରାଯାଇଥିବା ବୁଝାଇଛନ୍ତି ।

ବିଜେପି ନେତା ଜଣକ କହିଛନ୍ତି ଯେ ନୂଆପଡ଼ାକୁ ଓଡ଼ିଶାର ନମ୍ବର ଏକ ଜିଲ୍ଲା ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ଏବଂ ଦଳ ପ୍ରତିଶ୍ରୁତିବଦ୍ଧ । ଏହି ଲକ୍ଷ୍ୟ ପୂରଣ ପାଇଁ ପର୍ଯ୍ୟଟନ, ଜଳସେଚନ, ମେଡିକାଲ କଲେଜ, ଫିସେରୀ କଲେଜ, ମାଛ ଚାଷର ହବ୍, ମେଡିସିନାଲ ପ୍ଲାଣ୍ଟ, ଚାରିଲେନ ରାସ୍ତା, ନୂଆପଡ଼ାରୁ ଘଟିପଡ଼ା ଯୋଗାଯୋଗ ଏବଂ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଭଳି ପ୍ରକଳ୍ପଗୁଡ଼ିକୁ ଆଗେଇ ନେବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ଶ୍ରୀ ସାମଲ ଜୋର ଦେଇ କହିଛନ୍ତି ଯେ ବିଜେପି ଏକ ସକାରାତ୍ମକ ଆଦର୍ଶ ନେଇ ନିର୍ବାଚନ ଲଢୁଛି ଏବଂ ଯାହା କହିଛି ତାହା କରିବ । ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡ଼ିକ କେବଳ ବେଇମାନୀ ଏବଂ ଭୋଟ୍ ଚୋରି ଭଳି କଥା କହି ଇସ୍ୟୁକୁ ଡାଇଭର୍ଟ କରିବାକୁ ଚେଷ୍ଟା କରୁଥିବା ବିଲୋପ କରିଛନ୍ତି । ସେ ଦୃଢ଼ ଭାବରେ କହିଛନ୍ତି ଯେ କାହାରି ଭାବନା ସହିତ ଖେଳାହେବ ନାହିଁ ଏବଂ ଶସ୍ତା ରାଜନୀତି କରି ନିର୍ବାଚନ ବୈତରଣୀକୁ ପାର ହେବାକୁ ଚେଷ୍ଟା କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେମାନଙ୍କର ୨୪ ବର୍ଷର ଶାସନ କାଳରେ ନୂଆପଡ଼ା ପାଇଁ କ’ଣ କରିଛନ୍ତି ସେ କଥା ଭୋଟରଙ୍କୁ କହିବାକୁ ଆହ୍ୱାନ ଜାରି ରଖିଛନ୍ତି ।