CulturalFeaturedLatestNews

ଜୁନ୍ ୨୦୨୬ ସୁଦ୍ଧା ସମାପ୍ତ ହେବ କଟକ ଚଣ୍ଡୀ ମନ୍ଦିର କାର୍ଯ୍ୟ: ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ୨୦୨୬ ମସିହାର ଜୁନ୍ ମାସ ସୁଦ୍ଧା କଟକ ଚଣ୍ଡୀ ମନ୍ଦିରର କାର୍ଯ୍ୟ ସମାପ୍ତ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜଣାଇଛନ୍ତି । କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି । ତାଙ୍କ ମତରେ, କାର୍ଯ୍ୟ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ଅଗ୍ରସର ହେଉଛି ଏବଂ ସମୟ ସୀମା ମଧ୍ୟରେ ଏହା ସମାପ୍ତ ହେବ ।

ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ କାର୍ଯ୍ୟରେ ବିଳମ୍ବ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଏଥିପାଇଁ ସେ ଶ୍ରେଣୀବଦ୍ଧତା, ଡିପିଆର ଏବଂ ସମନ୍ୱୟର ଅଭାବକୁ ଦାୟୀ କରିଥିଲେ । ମନ୍ତ୍ରୀ ଏହା ସ୍ୱୀକାର କରିଛନ୍ତି ଯେ ଗତ ବର୍ଷ ଘଟିଥିବା ଏକ ଦୁର୍ଘଟଣା ଏବଂ ଅଧିକ ବର୍ଷା ଯୋଗୁଁ ନଦୀରେ ପାଣି ପରିମାଣ ବଢ଼ିଯିବାରୁ କାର୍ଯ୍ୟରେ ବିଳମ୍ବ ହୋଇଛି । ତଥାପି, ସେ ନିଶ୍ଚିତ କରାଇଛନ୍ତି ଯେ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ସମାପ୍ତ ହେବ ।

ଏହି ସଭାରେ ମନ୍ତ୍ରୀ ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବାବଦରେ ମଧ୍ୟ ତଥ୍ୟ ଦେଇଛନ୍ତି । ସେଗୁଡିକ ହେଲା – କଟକ ରିଙ୍ଗ୍‌ରୋଡ୍ ଏବଂ କଟକ ତ୍ରିଶୁଳିଆଠାରେ ଦ୍ୱିତୀୟ ବ୍ରିଜ୍ ନିର୍ମାଣ । ଉଭୟ ପ୍ରକଳ୍ପ ପାଇଁ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ସେ ଜଣାଇଛନ୍ତି ।