ବାଲେଶ୍ୱରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ
ବାଲେଶ୍ଵର (ସଂକେତ ଟିଭି): ବାଲେଶ୍ୱର ଟାଉନ ଥାନା ଅଧୀନରେ ଥିବା ହାଜି ନାସିରୁଦ୍ଧିନ୍ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଜଣେ ଗଣିତ ଶିକ୍ଷକ ୭ମ ଶ୍ରେଣୀର ଏକ ନାବାଳିକା ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିଥିବା ଗମ୍ଭୀର ଅଭିଯୋଗ ଉଠିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ରେଳଉଛି।
ସୂତ୍ରମାନଙ୍କ ଅନୁଯାୟୀ, ଅଭିଯୁକ୍ତ ଶିକ୍ଷକ ସେକ୍ ରିହାନ୍ ଛାତ୍ରୀଙ୍କୁ ବିଦ୍ୟାଳୟର ଛାତକୁ ଏକୁଟିଆ ଡକାଇ ନେଇ ତାଙ୍କର ଗୋପନୀୟ ଅଙ୍ଗକୁ ସ୍ପର୍ଶ କରିଥିବାର ଅଭିଯୋଗ ଛାତ୍ରୀ ତାଙ୍କ ମାତାଙ୍କୁ ଜଣାଇଥିଲେ। ଏହି କଥା ଜାଣିବା ପରେ ଛାତ୍ରୀର ପରିବାର ସଦସ୍ୟମାନେ ବିଦ୍ୟାଳୟକୁ ଯାଇ ଘଟଣା ବିଷୟରେ ପ୍ରଶ୍ନ ଉଠାଇବାରୁ ସେଠାରେ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଥିଲା।
ଉତ୍ତେଜିତ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ଟାଉନ ଥାନାର ପୁଲିସ ମୋଚଡ଼ା ବିଦ୍ୟାଳୟ ପରିସରକୁ ପହଞ୍ଚି ବୁଝାମଣା କାର୍ଯ୍ୟ ହାତକୁ ନେଇଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଛାତ୍ରୀର ପରିବାର ପକ୍ଷରୁ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରାଯାଇଛି।
ଏହି ଘଟଣା ପରଠାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରୋଷ ଓ ଚିନ୍ତା ଦେଖାଦେଇଛି। ଅଭିଯୁକ୍ତ ଶିକ୍ଷକ ବିରୁଦ୍ଧରେ ଦ୍ରୁତ ଗତିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ଲୋକଙ୍କ ମଧ୍ୟରେ ଦାବି ଉଠିଛି। ପୁଲିସ ପକ୍ଷରୁ ଘଟଣା ସଂପର୍କରେ ଯଥାର୍ଥ ତଦନ୍ତ କରାଯାଉଥିବା ଓ ଆବଶ୍ୟକ ନିୟମାନୁସାର ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି।
