FeaturedLatestNews

୮ ଜାନୁଆରୀରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ବର :(ସଂକେତ ଟିଭି) ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀରଙ୍କ ଗଣନା କାର୍ଯ୍ୟ ଆସନ୍ତା ୭ ଜାନୁଆରୀରୁ ଆରମ୍ଭ ହୋଇ ୧୨ ଜାନୁଆରୀରେ ଶେଷ ହେବ। ଏହି ଗଣନା ଉଦ୍ୟାନରେ ପ୍ରବାହିତ ନଦୀ, ନାଳ ଓ ସଂଯୋଗୀ ଜଳପଥ ଅଞ୍ଚଳରେ କରାଯିବ।

ଏହି ଗଣନା କାର୍ଯ୍ୟ ବଉଳା କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କର ଏବଂ ରାଜନଗର ଡିଏଫ୍ଓ ଭରତଦ୍ୱାଜ ଗାୟକୱାଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହେବ। ମୁଖ୍ୟ ଗଣନା କାର୍ଯ୍ୟ ୮, ୯ ଓ ୧୦ ଜାନୁଆରୀରେ ବନଖଣ୍ଡ ପକ୍ଷରୁ ନିର୍ଦ୍ଧାରିତ ୫୧ଟି ଜାଗାରେ ହେବ।

ଏହି ତିନି ଦିନ ଧରି, ଅର୍ଥାତ୍ ୮, ୯ ଓ ୧୦ ଜାନୁଆରୀରେ, ଭିତରକ ିକା ଜାତୀୟ ଉଦ୍ୟାନରେ ଦେଶୀ-ବିଦେଶୀ ସମସ୍ତ ପର୍ଯ୍ୟଟକଙ୍କ ପରିଭ୍ରମଣ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଯେଉଁସମସ୍ତ ପର୍ଯ୍ୟଟକ ଏହି ତାରିଖଗୁଡ଼ିକରେ ଉଦ୍ୟାନ ପରିଦର୍ଶନର ଯୋଜନା କରିଛନ୍ତି, ସେମାନଙ୍କୁ ଯୋଜନା ପରିବର୍ତ୍ତନ କରିବାକୁ ଅନୁରୋଧ ଜଣାଇଛନ୍ତି କର୍ତ୍ତୃପକ୍ଷ।

୭ ଜାନୁଆରୀରେ ଗଣନା ସଂପର୍କିତ ଶିକ୍ଷା ଦିଆଯିବା ସହ ବିଭିନ୍ନ ବନାଞ୍ଚଳ ରେଞ୍ଜରେ ଟିମ୍ ଗଠନ କରାଯିବ। ୧୧ ଓ ୧୨ ଜାନୁଆରୀରେ ସଂକଳିତ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ। ରାଜନଗର ଡିଏଫ୍ଓ ଭରତଦ୍ୱାଜ ଗାୟକୱାଡଙ୍କ ମତରେ ସମସ୍ତ ପ୍ରକ୍ରିୟା ଏହି କାର୍ଯ୍ୟକ୍ରମ ଅନୁଯାୟୀ ହିଁ କାର୍ଯ୍ୟକାରୀ ହେବ।